ରାୟଗଡା: ଦୀର୍ଘ ଏକ ବର୍ଷ ପରେ ମଙ୍ଗଳବାର ଗୁଣୁପୁର ଅଭିମୁଖେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଆଜି ପ୍ରଥମ କରି ବିଶାଖାପାଟଣା ଗୁଣୁପୁର ସ୍ପେଶାଲ ବିଦ୍ୟୁତ ଚାଳିତ ଟ୍ରେନ ଗୁଣୁପୁର ଷ୍ଟେସନରେ ପହଞ୍ଚିଥିଲା ।
କୋରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ 23 ତାରିଖରୁ ଏହି ଶତାୟୁ ରେଳପଥରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । ଆଜି ପୁନର୍ବାର ଟ୍ରେନ ଆସିଥିବାରୁ ସ୍ଥାନୀୟ ଲୋକମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଗୁଣୁପୁରବାସୀ ମୁଖ୍ୟତଃ ସ୍ୱାସ୍ଥ୍ୟ ଓ ବ୍ୟବସାୟ ପାଇଁ ବିଶାଖାପାଟଣା ଉପରେ ନିର୍ଭର କରନ୍ତି । ଏଥିଯୋଗୁଁ ଏବେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇ ଥିବାରୁ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆସନ୍ତା 23 ରୁ ଗୁଣୁପୁର ପୁରୀ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ