ETV Bharat / state

ଚୁଲିକି ଗଲା ଗାଇଡଲାଇନ, କୋଭିଡ ହେଲଥ୍ ସେଣ୍ଟରରେ ଚାଲିଛି ନାମ ଲେଖା ! - କୋଭିଡ ଗାଇଡଲାଇନର ସମ୍ପୂର୍ଣ୍ଣ ବିପରୀତ

ରାୟଗଡା ମଡେଲ କଲେଜରେ ଦେଖିବାକୁ ମିଳିଛି ଅଜବ ଚିତ୍ର । କୋଭିଡ ସେଣ୍ଟର ସାଜିଥିବା କଲେଜରେ ଚାଲିଛି ନାମଲେଖା । ଯାହା କୋଭିଡ ଗାଇଡଲାଇନର ସମ୍ପୂର୍ଣ୍ଣ ବିପରୀତ । ଅଧିକ ପଢନ୍ତୁ...

ଚୁଲିକି ଗଲା ଗାଇଡଲାଇନ, କୋଭିଡ ହେଲଥ୍ ସେଣ୍ଟରରେ ଚାଲିଛି ନାମ ଲେଖା !

author img

By

Published : Sep 30, 2020, 11:03 PM IST

Updated : Oct 1, 2020, 4:00 PM IST

ରାୟଗଡା: ଦେଖନ୍ତୁ ଏହି ସାଇନ୍ ବୋର୍ଡ । ବଡ ବଡ ଅକ୍ଷରରେ ଲେଖା ହୋଇଛି କୋଭିଡ୍ ହେଲଥ୍ ସେଣ୍ଟର । ସରକାର କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏଭଳି ସେଣ୍ଟର କରିଛନ୍ତି । କଲେଜ ହେଉ ଅବା ସରକାରୀ କୋଠା, ଏହାକୁ କୋରୋନା ମୁକାବିଲାରେ ବ୍ୟବହାର କରାଯାଉଛି । ଆଉ ଏହାର ବ୍ୟବହାର ନେଇ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।

ଚୁଲିକି ଗଲା ଗାଇଡଲାଇନ, କୋଭିଡ କେୟାର ସେଣ୍ଟରରେ ଚାଲିଛି ନାମ ଲେଖା

ତେବେ ରାୟଗଡା ଜିଲ୍ଲା ପ୍ରଶାସନ ନିୟମ କାନୁନକୁ ଫୁ’ କରି ମହାମାରୀ କାଳରେ ଜୀବନ ସହ ଖେଳୁଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍କୁଲ, କଲେଜ ଭଳି ସାମୂହିକ ଶିକ୍ଷାନୁଷ୍ଠାନରୋ ଖୋଲିଥିବା କୋଭିଡ ସେଣ୍ଟର ପାଇଁ ଜାରି କରିଛନ୍ତି ଗାଇଡ ଲାଇନ । ଆଉ ଏହି ଗାଇଡଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି, କୋଭିଡ କେୟାର ସେଣ୍ଟର ହୋଇଥିବା ଶିକ୍ଷାନୁଷ୍ଠାନକୁ ଖୋଲି ପାରିବେ ନାହିଁ, କିମ୍ବା ଛାତ୍ରଛାତ୍ରୀଙ୍କ ନେଇ କୌଣସି କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ମଡେଲ ଡିଗ୍ରୀ କଲେଜରେ ।

ପିଲାଙ୍କ ନାମ ଲେଖା ସାଙ୍ଗକୁ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଦେବା ଜରୁରୀ ଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ରାୟଗଡା ଜିଲ୍ଲାପାଳଙ୍କୁ ମଡେଲ ଡିଗ୍ରୀ କଲେଜରୁ କୋଭିଡ କେୟାର ସେଣ୍ଟର ହଟାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ କଲେଜର ପ୍ରିନ୍ସପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କୋଭିଡ କେୟାର ସେଣ୍ଟରକୁ ସମ୍ପୃକ୍ତ କଲେଜର ଅନ୍ୟ ଏକ ବ୍ଲକକୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ମିଳିଥିବା ବେଳେ ହଠାତ କୋଭିଡ କେୟାର ସେଣ୍ଟର ସ୍ଥାନାନ୍ତର ନହେବା ନେଇ ଜିଲ୍ଲାପାଳଙ୍କ ପତ୍ର, କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଚିନ୍ତା ବଢେଇ ଦେଇଛି । ଏପଟେ ପିଲମାନେ ଏହି କୋଭିଡ ସେଣ୍ଟରରେ ପହଞ୍ଚି ନାମ ଲେଖାଇଛନ୍ତି । ତେବେ ସଂକ୍ରମଣ ଭୟ ଥିବାବେଳେ ପ୍ରଶାସନର ଖାମଖିଆଲ କାମକୁ ନିନ୍ଦା କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟଯେ ମଡେଲ ଡିଗ୍ରୀ କଲେଜ ଠାରୁ ମାତ୍ର 3 କିମି ଦୂରରେ କୋଭିଡ ହସ୍ପିଟାଲ ଖୋଲାଯାଇ କାରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଏଥିପାଇଁ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଏଠାରେ ରହି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଏପରି କି ଅନେକ କାରୋନା ଯୋଦ୍ଧା କାରୋନାରେ ଆକ୍ରାନ୍ତ ହୋଇ ଏଠାରେ ଏକାନ୍ତରେ ରହି ଚିକିତ୍ସିତ ହେଉଛନ୍ତି ।

ଏଭଳି ସ୍ଥଳେ ପିଲାଙ୍କ ନାମଲେଖା ଠାରୁ ଅରମ୍ଭ କରି ପାଠପଢା ବିପଦକୁ ଯେ ଟାଣି ଆଣିବ ଏକଥାକୁ ଅସ୍ଵୀକାର କରି ହେବନାହିଁ । ଏନେଇ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Oct 1, 2020, 4:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.