ETV Bharat / state

ଜେଏସକୋ ଜମିକୁ ନେଲା ଜିଲ୍ଲାପ୍ରଶାସନ, ୪୮ ବର୍ଷ ଲାଗି ରହିଥିଲା ଦ୍ବନ୍ଦ୍ବ - ରାୟଗଡ଼ା ଜେଏସକୋକୁ ହାତେଇଲା ପ୍ରଶାସନ

ସିଲିଂ ଜମିକୁ ପ୍ରଶାସନ ନିଜ କବଜାକୁ ନେଲା । ଜେଏସକୋକୁ ହାତେଇଲା ପ୍ରଶାସନ । ଅଧିକ ପଢ଼ନ୍ତୁ

acres of seling land in Rayagada
ପ୍ରଶାସନ ନେଲୋ ଜେଏସକୋ ଜମି
author img

By

Published : Jan 23, 2023, 10:02 AM IST

ପ୍ରଶାସନ ନେଲୋ ଜେଏସକୋ ଜମି

ରାୟଗଡ଼ା: ରାୟଗଡ଼ା ଜେଏସକୋକୁ ହାତେଇଲା ପ୍ରଶାସନ । ଏନେଇ ଖୁସି ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲା ତହସିଲ ଅନ୍ତର୍ଗତ ୧୦ଟି ମୌଜାରେ ରହିଥିବା ୫୦୬.୬୯ ଏକର ସିଲିଂ ଜମିକୁ ଗତ ଶନିବାର ଜିଲ୍ଲାପ୍ରଶାସନ ନିଜ କବଜାକୁ ନେବାପରେ ଏବେ ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି । ଏନେଇ ଗତକାଲି ନାଗରିକ ମଞ୍ଚ ତରଫରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

ଦୀର୍ଘ ୪୮ ବର୍ଷ ହେବ ବେଆଇନ ଭାବେ ଜୟପୁର ସୁଗାର କମ୍ପାନୀ ୭୮୭ ଏକର ଜମି ନିଜ ଅକ୍ତିଆରରେ ରଖିଥିଲା । ଏନେଇ ଆଇନଗତ ଭାବେ ସଂଗ୍ରାମ ଜାରି ରଖିଥିଲା ନାଗରିକ ମଞ୍ଚ । ଏଥିପୂର୍ବରୁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ବୋର୍ଡ ୬.୩୦ ଏକର ଜମି ଅଞ୍ଚଳ ବଦଳ କରିଛି । ଏବେ ୫୦୬ ଏକର ଜମି ସରକାରୀ ଖାତାକୁ ଫେରିବା କିଛି କମ୍ କଥା ନୁହେଁ ବୋଲି ମଞ୍ଚ କହିଛି । କାରଣ ଏହି ଜେଏସକୋ ଠାରୁ ଜମି ଉଦ୍ଧାର ପାଇଁ ଗତ ୧୦ ବର୍ଷ ହେବ ନାଗରିକ ମଞ୍ଚ ଉଦ୍ୟମ କରୁଥିଲା । ତେବେ ବିଭିନ୍ନ ସ୍ଥାନରେ ଥିବା ୫୦୬ ଏକର ସିଲିଂ ଜମିକୁ ପ୍ରଶାସନ ନିଜ କବଜାକୁ ନେବା ପରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଏହି ସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଏସପି ବିବେକାନନ୍ଦ ଶର୍ମା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁଶୟା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମସେନ ସବାର ଏବଂ ତହସିଲଦାର ତାପସ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ସଭାରେ ମଞ୍ଚର ଉପସଭାପତି ବ୍ରଜସୁନ୍ଦର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ବାଦଲ କୁମାର ମଞ୍ଚ ପରିଚାଳନା କରିଥିଲେ । ସେହିଭଳି ସଂଗଠନ ସମ୍ପାଦକ ରଞ୍ଜନ କୁମାର ରଥ, କୋଷାଧ୍ୟକ୍ଷ କେ. ସାଲବା ରାଜୁ, ସଭ୍ୟ ଅଜୟ କୁମାର ରଥ, ଗୋପ ରଞ୍ଜନ ବକ୍ସିପାତ୍ର, ରଶ୍ମି ରଞ୍ଜନ ଦୋରା, ରବିନ୍ଦ୍ର ପାଟଖଣ୍ଡାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସହରର ଆଇନଜୀବୀ, ସାମ୍ବାଦିକ, ବ୍ୟବସାୟୀ, ସମାଜସେବୀ, ରାଜନେତା ପ୍ରମୁଖ ସାମିଲ ହୋଇଥିଲେ ।

ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ''ଏହି ଜମି ଆବଶ୍ୟକ ଥିଲା । ଯେଉଁ କମ୍ପାନୀ ଏହାକୁ ହାତେଇଥିଲା ତାକୁ ଆଜି କବଜା କରିଛି ପ୍ରଶାସନ । ଜିଲ୍ଲାପ୍ରଶାସନର ସହାୟତାରେ ଆଜି ୫୦୬ ଏକର ଜମି ଫେରି ଆସିଛି । ରାୟଗଡ଼ା ଜିଲ୍ଲାର ଯେଉଁ ଯେଉଁ ଭିତ୍ତିଭୂମି ପାଇଁ ଯାଗା ଦରକାର ହେବ ସେହି ଅନୁଷ୍ଠାନ ବା ସଂସ୍ଥା ଏଥିରୁ ନେଇ ପାରିବେ । ଏହାସହ ଜିଲ୍ଲାର ଭବିଷ୍ୟତରେ ମଧ୍ୟ ଏହି ଯାଗା ନିହାତି କାମରେ ଲାଗିବ'' ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.