ETV Bharat / state

ହଇଜା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଆଦିବାସୀ ମୋର୍ଚ୍ଚାର ଦାବି

author img

By

Published : Aug 10, 2022, 11:39 AM IST

ହଇଜାରେ ମୃତ୍ୟୁ ବରଣ କରିଥିବା ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କଲା ଆଦିବାସୀ ମୋର୍ଚ୍ଚା । ଅଧିକ ପଢନ୍ତୁ

ହାଇଜା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କଲା ଆଦିବାସୀ ମୋର୍ଚ୍ଚା

ରାୟଗଡା: ମଙ୍ଗଳବାର ଥିଲା ବିଶ୍ୱ ଆଦିବାସୀ ଦିବସ । କାଶୀପୁରରେ ହଇଜାରେ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କଲା ଆଦିବାସୀ ମୋର୍ଚ୍ଚା । ଏନେଇ ଗୁଣୁପୁର ଉପଖଣ୍ଡର ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବେଶଭୂଷା ସଜିତ ହୋଇ ଗୁଣୁପୁର ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ପଟୁଆରରେ ବାହାରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ 16 ଦଫା ବିଶିଷ୍ଟ ଏକ ଦାବି ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ।

ପ୍ରତି ବର୍ଷ ଅଗଷ୍ଟ 9 ତାରିଖକୁ ବିଶ୍ୱ ଆଦିବାସୀ ଦିବସ ମାନ୍ୟତା ଦେଇ ସରକାରୀ ଛୁଟି ଘୋଷଣା କରିବା ସହ କାଶୀପୁରରେ ହଇଜାରେ ମୃତ୍ୟୁ ବରଣ କରିଥିବା ପରିବାରକୁ 20 ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲା ଆଦିବାସି ମୋର୍ଚ୍ଚା । ଏଥି ସହ ମୃତ୍ୟୁବରଣ ସରକାରଙ୍କ ଜଙ୍ଗଲ ଆଇନ ପ୍ରତ୍ୟାହାର ଦାବି କରାଯାଇଥିଲା । ବିଶ୍ଵ ଆଦିବାସୀ ଦିବସରେ ଆଦିବାସୀ ମୋର୍ଚ୍ଚାର ନିଆରା ପ୍ରତିବାଦ ଦେଖିବାକୁ ମିଳିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.