ETV Bharat / state

ଆଦିତ୍ୟ ବିର୍ଲା କମ୍ପାନୀ ଖଣି ଖନନର ଜନ ଶୁଣାଣିକୁ କାଶୀପୁରରେ ତୀବ୍ର ବିରୋଧ - ଖଣି ଖନନର ଜନ ଶୁଣାଣିକୁ ବିରୋଧ

ଓଡିଶା ଖଣି ନିଗମ ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ନ କରି ଖଣି ଖନନ ଜାରି ରଖିଛି । ଏଥିଲାଗି ଆଦିତ୍ୟ ବିର୍ଲା କମ୍ପାନୀ ଖଣି ଖନନର ଜନ ଶୁଣାଣିକୁ କାଶୀପୁରରେ ତୀବ୍ର ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

Aditya Birla Company's public hearing on mining strongly opposed in Kashipur
ଆଦିତ୍ୟ ବିର୍ଲା କମ୍ପାନୀ ଖଣି ଖନନର ଜନ ଶୁଣାଣିକୁ କାଶୀପୁରରେ ତୀବ୍ର ବିରୋଧ
author img

By

Published : Nov 20, 2020, 6:54 PM IST

ରାୟଗଡା: ଜିଲ୍ଲାରେ କଡିଙ୍ଗାମାଳି ଖଣି ଉତ୍ତୋଳନକୁ ନେଇ ଆରମ୍ଭ ହୋଇଛି ବିରୋଧ । ଓଡିଶା ଖଣି ନିଗମ ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ନ କରି ଖଣି ଖନନ କରିଚାଲିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଖଣି ଉତ୍ତୋଳନକୁ ବିରୋଧ କରିବା ସହ ଆସନ୍ତା 25 ତାରିଖରେ ହେବାକୁ ଥିବା ଜନ ଶୁଣାଣିକୁ ମଧ୍ୟ ବିରୋଧ କରାଯିବ ବୋଲି ଲୋକମାନେ ନିଷ୍ପତ୍ତି ନେଇଛନ୍ତି ।

ଆଦିତ୍ୟ ବିର୍ଲା କମ୍ପାନୀ ଖଣି ଖନନର ଜନ ଶୁଣାଣିକୁ କାଶୀପୁରରେ ତୀବ୍ର ବିରୋଧ

କଂସାରୀଗୁଡାରେ ହିଣ୍ଡାଲକୋ କାରଖାନା ନିର୍ମାଣ ନ କରି ଖଣି ହାତେଇବା ପାଇଁ ସଂପୃକ୍ତ କମ୍ପାନୀ ଯୋଜନା କରିଛି ସେଥିଲାଗି 3 ହଜାର ମିଲିୟନ୍ ଟନ୍‌ରୁ ସଂପ୍ରସାରଣ କରି 6 ହଜାର ମିଲିୟନ୍ ଟନ୍ ଉତ୍ତୋଳନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଆସନ୍ତା 25 ତାରିଖ ଦିନ କାଶୀପୁର ବ୍ଲକର ପୋଡାପାଡି ଏବଂ ଡିସେମ୍ବର 2 ତାରିଖ ଦିନ ଲକ୍ଷ୍ମୀପୁର ବ୍ଲକର ଓଡିଆପେଣ୍ଠରେ ପ୍ରଶାସନ ପକ୍ଷରୁ ପଲ୍ଲୀସଭା ଅନୁଷ୍ଠିତ ହେବ । ତେବେ ଓ.ଏମ୍.ସି ଓ ପ୍ରଶାସନ ଲୋକମାନଙ୍କ ସହ ଛଳନା କରି ପଲ୍ଲୀସଭା କରିବା ପାଇଁ ଉଦ୍ୟମ କରୁଛି ବୋଲି କାଶୀପୁର ବ୍ଲକ କଂଶାରୀଗୁଡା ଠାରେ ଏକ ବୈଠକରେ ପୋଡ଼ାପାଡ଼ି ଓ ବାଙ୍କମ୍ୱ ଗ୍ରାମ ପଞ୍ଚାୟତର ଶତାଧିକ ଲୋକ ଏକତ୍ରିତ ହୋଇଥିଲେ । ଆସନ୍ତା 25 ତାରିଖ ବୁଧୁବାର ଦିନ ଓଡ଼ିଶା ଖଣି ନିଗମ ଦ୍ଵାରା ହେବାକୁ ଥିବା ଜନଶୁଣାଣିକୁ ତୀବ୍ର ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଜିଲ୍ଲାର କାଶୀପୁର ବ୍ଲକ ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗା ମାଳି ପର୍ବତଠାରେ ଆଜକୁ 3 ବର୍ଷ ପୂର୍ବେ ଓଡ଼ିଶା ଖଣି ନିଗମ ପକ୍ଷରୁ ମିଥ୍ୟା ଜନଶୁଣାଣି କରି ଖଣି ଖନନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଖଣି ନିଗମ ତରଫରୁ ସ୍ଥାନୀୟ ଅଂଚଳରେ କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ନାହିଁ । ଏହାକୁ ଉଭୟ ସାଂସଦ ଏବଂ ବିଧାୟକ ବିରୋଧ କରିଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.