ରାୟଗଡା: ଜିଲ୍ଲାର ମା ମଝିଘାରିଆଣି ମନ୍ଦିର ନିକଟ ନଦୀରେ ଜଣେ ଯୁବକ ନିଖୋଜ । ଯୁବକ ଜଣକ ରାୟଗଡା ଏଦୁ ସାହି ବାସିନ୍ଦା 25 ବର୍ଷୀୟ ମାନିକାଂଟା । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜା ଜାରି ରହିଛି ।
ନିଖୋଜ ଯୁବକ ମାଆଙ୍କ କହିବା ଅନୁଯାୟୀ, ଶନିବାର ଦିନ 12 ଟା ସମୟରେ ଟିଫିନ ଖାଇବା ପରେ ମାନିକାଂଟା ନିଜ ଲୁନା ଗାଡି ନେଇ ଘରୁ ବାହାରିଥିଲେ । ମା ପଚାରିବାରୁ ଶୀଘ୍ର ଫେରି ଆସିବି ବୋଲି ଉତ୍ତର ଦେଇଥିଲେ । ଅନ୍ୟପଟେ ତାଙ୍କ ଲୁନା ଗାଡି ମା ମଝିଘାରିଆଣି ମନ୍ଦିର ନିକଟ ବ୍ରିଜ ପାଖରେ ବହୁ ସମୟ ଧରି ରହିଥିବା ସହ ବ୍ରିଜ ତଳ ନଦୀ ନିକଟରେ ତାଙ୍କ ଜୋତା ପଡିଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ ନଦୀରେ ବୁଡି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ଉଭୟ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ