ETV Bharat / state

ଡ଼ଙ୍ଗରିଆଙ୍କ ନିଆରା ନିୟମରାଜା ପୂଜା, ଆଜିବି ଉଜ୍ଜୀବିତ ପରମ୍ପରା ଓ ସଂସ୍କୃତି - special package

ନିଆରା ମଣିଷ ନିଆରା ପରମ୍ପରା । ସବୁବେଳେ ପ୍ରକୃତିର ଚଳନୀରେ ବନ୍ଧା ଏ ସମାଜ ଆମେ କହୁଛୁ ରାୟଗଡ଼ା ଜିଲ୍ଲାର ଆଦମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ କଥା । ସେ ମେରିଆ ପରବ ହେଉ ଅବା ନିୟମ ରାଜାର ପୂଜା ସବୁଠି ବାରି ହୋଇ ପଡୁଛି ଏମାନେ କେତେ ପ୍ରକୃତି ଉପାସକ। ଆଜିବି ପ୍ରକୃତି ପୂଜାର ପରମ୍ପରାକୁ ବଜାୟ ରଖିଛନ୍ତି ଏହି ଆଦିମ ଜନଜାତି ।

ଡ଼ଙ୍ଗରିୟାଙ୍କ ନିୟାରା ନିୟମ ରାଜା ପୂଜା
ଡ଼ଙ୍ଗରିୟାଙ୍କ ନିୟାରା ନିୟମ ରାଜା ପୂଜା
author img

By

Published : Mar 3, 2021, 5:07 PM IST

Updated : Mar 3, 2021, 8:24 PM IST

ରାୟଗଡା: ପ୍ରକୃତି ଉପାସକ ଡ଼ଙ୍ଗରିଆ କନ୍ଧ । ନିୟମ ରାଜାଙ୍କ ସ୍ମୃତିକୁ ମନେ ପକାଇ ଆଜିବି ନିୟମଗିରିକୁ ପୂଜାର୍ଚ୍ଚନା କରୁଛନ୍ତି ରାୟଗଡା ଜିଲ୍ଲାର ଆଦମ ଜନଜାତି ଡ଼ଙ୍ଗରିଆ କନ୍ଧ । ପ୍ରତିବର୍ଷ ପରି ରାୟଗଡା କଳାହାଣ୍ଡି ସୀମାନ୍ତ ନିୟମଗିରି ପାହାଡ଼ରେ ଥିବା ଧଅରାଭଟା ଗ୍ରାମରେ ଆୟୋଜିତ ହୋଇଛି ନିୟମରାଜାଙ୍କ ତିନି ଦିନିଆ ପୂଜା।

ଡ଼ଙ୍ଗରିଆଙ୍କ ନିଆରା ନିୟମରାଜା ପୂଜା, ଆଜିବି ଉଜ୍ଜୀବିତ ପରମ୍ପରା ଓ ସଂସ୍କୃତି

ପ୍ରଥମେ ଏହି ପୂଜା ପାଇଁ ଗାଁର ଜାନି, ବିଶୁମାଝୀ, ଡ଼ିସାରୀ, ପୂଜାରୀ ଏବଂ ମଣ୍ଡଳଙ୍କ ସହିତ ଗାଁର ମୁଖିଆମାନେ ଦିନ ଏବଂ ସମୟ ଧାର୍ଯ୍ୟ କରନ୍ତି । ଗାଁ ମୁଣ୍ଡରେ ଥିବା ନିୟମ ରାଜାଙ୍କ ଆସ୍ଥାନ ନିକଟରେ ଆସ୍ଥାୟୀ ମଣ୍ଡପ ତିଆରି କରାଯାଏ । ମଣ୍ଡପ ଚାରିପଟେ ପାରମ୍ପରିକ ବାଜା ବଜାଇ ଯୁବକ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇଯାଆନ୍ତି । ଶେଷଦିନ ଦିସାରି ଦେଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଗାଁରୁ ଆସିଥିବା ଶହ ଶହ ଟାଙ୍ଗିଆଧାରୀ ଜିଅନ୍ତା ପୋଢ଼ ବା ମଇଁଷିକୁ ଆକ୍ରମଣ କରନ୍ତି । ଶେଷରେ ପୋଢ଼ର ମୁଣ୍ଡକୁ କାଟି ଧରଣିପେନୁକୁ ଉତ୍ସର୍ଗ କରିବା ପରେ ପୋଢ଼ଟିର ମାଂସକୁ ବାଣ୍ଟି ନିଅନ୍ତି ପର୍ବକୁ ଆସିଥିବା ଲୋକେ । ଆଉ ଟାଙ୍ଗିଆ ଚୋଟରେ ଝରିଥିବା ପୋଢ଼ର ରକ୍ତକୁ ସଂଗ୍ରହ କରି ନିଜ ନିଜର କ୍ଷେତରେ ପୋତିଦିଅନ୍ତି । ବିଶ୍ବାସ ରହିଛି ଏମିତି କଲେ କ୍ଷେତରେ ସୁନାର ଫସଲ ଫଳିବା ସହ ଗାଁ ଗଣ୍ଡାରେ ରୋଗ ବୈରାଗ୍ୟ ହେବନାହିଁ କି ଗାଁକୁ କୌଣସି ଦୁଷ୍ଟ ଶକ୍ତିର ନଜର ଲାଗିବନି ।

ସମୟର ପରିବର୍ତ୍ତନ ସାଙ୍ଗକୁ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଆଦିମ ଜନଜାତି ଡ଼ଙ୍ଗରିଆକନ୍ଧଙ୍କ ଯାନୀ ଜାତରା। ଲୁପ୍ତ ହେବାରେ ବସିଲାଣି ସେମାନଙ୍କ ନିତି ଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ, କଳା, ସଂସ୍କୃତି, ସାଙ୍ଗକୁ ନାଚଗୀତ । ହେଲେ ଆଜି ମଧ୍ୟ ପ୍ରକୃତିକୁ ଭଲପାଉଥିବା ଓ ପ୍ରକୃତି ସୁରକ୍ଷା ଦେବାକୁ ପଣ କରିଥିବା ଡଙ୍ଗରିଆ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କ ପୂଜାକୁ ଭୁଲିନାହାନ୍ତି । ଏହି ଜନଜାତି ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ସୀମାନ୍ତକୁ ଲାଗିଥିବା ପୂର୍ବଘାଟ ପର୍ବତମାଳରେ ବସବାସ କରନ୍ତି । କିମ୍ବଦନ୍ତୀ ଅନୁଯାୟୀ ସେମାନେ ବସବାସ କରୁଥିବା ୨୦୦ କିଲୋମିଟର ପରିଧି ମଧ୍ୟରେ ନିୟମରାଜାର ଶାସନ ସାମ୍ରାଜ୍ୟ ରହିଥିଲା । ଏଣୁ ନିୟମରାଜାଙ୍କ ନାମାନୁଯାୟୀ ଏହି ପାହାଡକୁ ନିୟମଗିରି କୁହାଯାଏ ।

ନିୟମ ରାଜାର ସ୍ମୃତିକୁ ମନେପକାଇ ପ୍ରତିବର୍ଷ ନିୟମଗିରିରେ ଆୟୋଜନ ହୋଇଥାଏ ନିୟମରାଜା ପୂଜା । ତେବେ ଚଳିତବର୍ଷ ଏହି ପୂଜା ଦେଖିବାକୁ ନିୟମଗିରିରେ ସାମିଲ ହୋଇଛନ୍ତି କେବିକେ ଜିଲ୍ଲା ସମେତ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡର ଆଦିବାସୀ ସଂଗଠନ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 3, 2021, 8:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.