ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର

author img

By

Published : Mar 23, 2021, 10:15 AM IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଅନ୍ୟ ଜଣେ ଗୁରୁତର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

a man died due to electric shock in raygada
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ରାୟଗଡା: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର । ଗୁରୁତରଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ପ୍ରଧାନୀଗୁଡାର କାଲକା ରାଜୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ଗୁଣୁପୁର ବାଇପାସ ନିକଟରେ ଥିବା ଏକ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ କାଲକା । ଛାତ ଉପରେ ଯାଇଥିବା ଏକ ବିଦ୍ୟୁତ ତାର ତାଙ୍କ ସଂସ୍ପର୍ଶରେ ଆସିଯାଇଥିଲେ । ତାଙ୍କୁ ବଞ୍ଚେଇବା ପାଇଁ ଅନ୍ୟ ଜଣେ ଯୁବକ ଯାଇଥିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା । ଉଭୟଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର କଲୋକାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଜଣଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.