ରାୟଗଡ଼ା: ଗୋଟିଏ ପଟେ ଜିଲ୍ଲା ପ୍ରଶାସନ କୋରୋନାକୁ ନେଇ ଯୁଦ୍ଧଦେହି ଡାକରା ଦେଇଥିବା ବେଳେ ଏପଟେ କିନ୍ତୁ ଅଜଣା ରୋଗ କାୟା ମେଲିଲାଣି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ । ଏହି ଅଜଣା ରୋଗ ଆତଙ୍କରେ ଗତ ୨ ମାସରେ ଆଖି ବୁଜିଲେଣି ଗାଁର ୧୦ ଜଣ ବ୍ୟକ୍ତି । ବହୁ ଲୋକ ଆକ୍ରାନ୍ତ ହୋଇ ବିଷମକଟକର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
![ରକ୍ତ ନମୁନାରେ ଡେଙ୍ଗୁ ପଜେଟିଭ ପରେ ଗାଁରେ ଖୋଲିଲା ସ୍ବାସ୍ଥ୍ୟ ଶିବିର](https://etvbharatimages.akamaized.net/etvbharat/prod-images/od-rgda-2-danuatrayagada-edited-7202782_29042020215834_2904f_1588177714_127.bmp)
![ରକ୍ତ ନମୁନାରେ ଡେଙ୍ଗୁ ପଜେଟିଭ ପରେ ଗାଁରେ ଖୋଲିଲା ସ୍ବାସ୍ଥ୍ୟ ଶିବିର](https://etvbharatimages.akamaized.net/etvbharat/prod-images/od-rgda-2-danuatrayagada-edited-7202782_29042020215834_2904f_1588177714_69.bmp)
![ରକ୍ତ ନମୁନାରେ ଡେଙ୍ଗୁ ପଜେଟିଭ ପରେ ଗାଁରେ ଖୋଲିଲା ସ୍ବାସ୍ଥ୍ୟ ଶିବିର](https://etvbharatimages.akamaized.net/etvbharat/prod-images/od-rgda-2-danuatrayagada-edited-7202782_29042020215834_2904f_1588177714_1085.bmp)
ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ରିପୋର୍ଟ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପଜିଟିଭ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ବର୍ତ୍ତମାନ ବିଷମକଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡେରି ହେଲେ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ । କିନ୍ତୁ ମୃତ୍ୟୁର କାରଣକୁ ଡେଙ୍ଗୁ ବୋଲି ସ୍ଵୀକାର ନକରି ବରଂ ଚିକିତ୍ସାଧୀନ ରୋଗୀଙ୍କ ନିକଟରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିବା ସ୍ଵୀକାର କରିଛିନ୍ତି ସିଡିଏମଓ ।
ଏପଟେ ଜିଲ୍ଲା ଚିକିତ୍ସାଳୟରେ ଛଅ ଜଣ ଡେଙ୍ଗୁ ରୋଗୀ ଚିକିତ୍ସା ହେଉଛନ୍ତି । ସେହି ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ଏଭଳି ରୋଗ ବ୍ୟାପିଛି । ତେଣୁ ଟିକରପଡାକୁ ସାନିଟାଇଜେସନ କରାଯାଇଥିବା ବେଳେ ଗାଁରେ ସ୍ବାସ୍ଥ୍ୟ ଶିବିର ଖୋଲା ଯାଇଥିବାର କହିଛିନ୍ତି ରାୟଗଡ଼ ସିଡିଏମଓ ଡା. ଆର୍ତ୍ତବନ୍ଧୁ ନାୟକ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ