ETV Bharat / state

ରାୟଗଡା ରେଳ ଷ୍ଟେସନରେ ମାଲବାହୀ ଟ୍ରେନରେ ନିଆଁ

author img

By

Published : Jun 15, 2021, 11:01 PM IST

ରାୟଗଡା ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ବଡ ଦୃଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । କିଛି ସମୟ ମଧ୍ୟରେ ନିଆଁକୁ କରାଗଲା ଆୟତ । ଅଧିକ ପଢନ୍ତୁ...

ରାୟଗଡା ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ରାୟଗଡା: ରାୟଗଡା ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଟ୍ରେନଟି ବିଶାଖାପାଟାଣାରୁ ଆସୁଥିବାବେଳେ ରାୟଗଡା ରେଳ ଷ୍ଟେସନକୁ ପ୍ରବେଶ ସମୟରେ ହଠାତ ଟ୍ରେନ ଇଞ୍ଜିନରୁ ପ୍ରବଳ ଧୂଆଁ ନିର୍ଗତ ହୋଇଥିଲା। ଟ୍ରେନ ଚାଳକ ଏହା ଦେଖିବା ପରେ ଟ୍ରେନକୁ ତୁରନ୍ତ ରୋକିବା ସହିତ ଅଗ୍ନି ନିରୋଧକ ଯନ୍ତ୍ର ଦ୍ୱାରା ଧୂଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।

ରାୟଗଡା ରେଳ ଷ୍ଟେସନରେ ମାଲବାହୀ ଟ୍ରେନରେ ନିଆଁ

ପରବର୍ତ୍ତି ମୁହୂର୍ତ୍ତରେ ଲୋକପାଇଲଟ ଏ ବିଷୟରେ ରାୟଗଡା ଷ୍ଟେସନ ପରିଚାଳଙ୍କୁ ଖବର ଦେବାପରେ ଷ୍ଟେସନ ଯାନ୍ତ୍ରୀକ ଅଧିକାରୀ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିଥିଲେ । ତେବେ ଟ୍ରେନଟି ଓଭରଲୋଡ ଥିବାରୁ ଇଞ୍ଜିନ କମ୍ପ୍ରେସରରୁ ଏହି ଧୂଆଁ ନିର୍ଗତ ହେଉଥିବା ଜଣାପଡିଥିଲା । ଧୂଆଁକୁ ଆୟତ୍ତ କରାଯିବା ପରେ ଅନ୍ୟ ଏକ ଇଞ୍ଜିନ ଦ୍ୱାରା ମାଲବାହୀ ଟ୍ରେନଟିକୁ ମେନ ଲାଇନରୁ ହଟାଇ ରେଷ୍ଟ ଲାଇନକୁ ଅଣାଯାଇଥିବା ରେଳ ସୁରକ୍ଷା ଥାନା ଅଧିକାରୀ ପଙ୍କଜ କୁମାର ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ଫଳରେ ଉକ୍ତ ଲାଇନରେ ଏକଘଣ୍ଟା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ପ୍ରବଳ ମାତ୍ରରେ ରେଳ ଇଞ୍ଜିନଟିରୁ ଧୂଆ ବହାରୁଥିବା ଦେଖି ସହରର ଲୋକେ ଭୟଭିତ ହୋଇପଡିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.