ETV Bharat / state

ଲକଡାଉନ ହଟିବା ପରେ କର୍ମକ୍ଷେତ୍ର ମୁହାଁ ଦାଦନ, 9 ନାବାଳିକା ସମେତ 15 ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

author img

By

Published : Sep 7, 2020, 10:57 PM IST

ଲକଡାଉନ ହଟିବା ପରେ ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି ଜିଲ୍ଲାରେ ଜୀବନ ଯାତ୍ରା । ଏବେ ଗାଁ ଛାଡିବା ଆରମ୍ଭ କଲେଣି ଶ୍ରମିକ । 9 ନାବାଳିକା ସମେତ 15 ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡା ପୋଲିସ । ଅଧିକ ପଢନ୍ତୁ...

ଲକଡାଉନ ହଟିବା ପରେ କର୍ମକ୍ଷେତ୍ର ମୁହାଁ ଦାଦନ,9 ନାବାଳିକା ସମେତ 15 ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ରାୟଗଡା: ଲକଡାଉନ ହଟିବା ପରେ କର୍ମକ୍ଷେତ୍ର ମୁହାଁ ଦାଦନ । ରାଜମହେନ୍ଦ୍ରୀ ଚିଙ୍ଗୁଡି ଫ୍ୟାକ୍ଟ୍ରି କାରଖାନାରେ କାମ କରିବା ପାଇଁ ଯିବା ବାଟରେ 9 ନାବାଳିକା ସହିତ 15 ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ।

ଲକଡାଉନ ହଟିବା ପରେ ଧୀରେ ଧୀରେ ସ୍ବାଭବିକ ହେବାରେ ଲାଗିଛି ଜିଲ୍ଲାରେ ଜୀବନ ଯାତ୍ରା । ପୁଣି ପୂର୍ବ ଭଳି ଆରମ୍ଭ ହେଲାଣି ତେଲ ଲୁଣ ଦୁନିଆ ପାଇଁ ସଂଗ୍ରାମ । ଏବେ ଗାଁ ଛାଡିବା ଆରମ୍ଭ କଲେଣି ଶ୍ରମିକ । ଏଭଳି ଏକ ୧୫ ଜଣିଆ ଶ୍ରମିକଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନର ଜିମା ଦେଇଛି ଶେଷଖାଲ ପୋଲିସ । ଆଜି ମଧ୍ୟାହ୍ନରେ ଏକ ଅଟୋ ଯୋଗେ ରାୟଗଡାରୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମକୁ ୧୫ ଜଣ ଶ୍ରମିକ ଯାଉଥିବା ବେଳେ ଶେସଖାଲ ପୋଲିସ ଅଟକାଇ ପଚରାଉଚରା କରିବା ସମୟରେ ସେମାନେ ରାଜମହେନ୍ଦ୍ରୀର ଚିଙ୍ଗୁଡି କାରଖାନାକୁ କାମ କରିବାକୁ ଯାଉଥିଲେ । ଘଟଣା ପରେ ଶେଷଖାଲ ଥାନା ରାୟଗଡ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା । ଚାଇଲ୍ଡ ଲାଇନର କେ ନୀଳିମାଙ୍କ ନେତୃତ୍ବରେ ଏକ ଟିମ ପହଞ୍ଚି ୯ଜଣ ଶିଶୁ ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୪ଜଣ ନାବାଳିକା ଓ ୫ଜଣ ନାବାଳକ ରହିଛନ୍ତି ।

ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀରେ ଏକ ଚିଙ୍ଗୁଡି କଳରେ ଦାଦନ ଖଟିବାକୁ ଯାଉଥିବା ବେଳେ ସ୍ଥାନୀୟ ଜେମାଦେଇପେଣ୍ଠ ଠାରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ସୂଚନା ପ୍ରକାରେ ଆଜି ରାୟଗଡ ବସଷ୍ଟାଣ୍ଡରୁ ୨ଟି ଅଟୋ ଯୋଗେ ୯ଜଣ ଶିଶୁ ଶ୍ର୍ରମିକ ଆନ୍ଧ୍ରର ପାର୍ବତୀପୁରମ ଓ ସେଠାରୁ ବସ ଯୋଗେ ରାଜମେହେନ୍ଦ୍ରୀ ଯିବା ପାଇଁ ବାହାରିଥିଲେ । ଏମାନଙ୍କ ଘର ରାୟଗଡା ବ୍ଲକ ଅନ୍ତର୍ଗତ ଗଜିଗାଁ , ବୈରାଗି ହାଲୁଆ ଏବଂ ପିପିଲିଗୁଡା ପଞ୍ଚାୟତର ବୋଲି ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.