ETV Bharat / state

6 ଫୁଟର ଗୋଖର ନାଗ ସାପ ଉଦ୍ଧାର

author img

By

Published : Apr 27, 2021, 10:10 PM IST

ରାୟଗଡା ସହରର ରଇତକଲୋନୀ ନିକଟରୁ ୬ ଫୁଟ ଲମ୍ବର ଗୋଖର ନାଗ ସାପ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ରାୟଗଡ଼ାରୁ 6 ଫୁଟର ଗୋଖର ନାଗ ସାପ  ଉଦ୍ଧାର
ରାୟଗଡ଼ାରୁ 6 ଫୁଟର ଗୋଖର ନାଗ ସାପ ଉଦ୍ଧାର

ରାୟଗଡ଼ା: ୬ ଫୁଟ ଲମ୍ବର ଗୋଖର ନାଗ ସାପ ଉଦ୍ଧାର ହୋଇଛି । ସାପ ଧରାଳି ଆସି ସାପଟିକୁ ଧରିଥିଲେ ଏବଂ ଜଙ୍ଗଲକୁ ନେଇ ଛାଡିଥିଲେ ।

ରାୟଗଡା ସହରର ରଇତକଲୋନୀ ନିକଟରୁ ଆଜି ୬ ଫୁଟ ଲମ୍ବର ଗୋଖର ନାଗ ସାପ ଉଦ୍ଧାର ହୋଇଛି । ସାପଟି ମନ୍ଦିର ନିକଟରେ ରହୁଥିବା ଆର. ଜାନକୀ ଆମାଙ୍କ ଘରେ ଥିଲା । ପରିବାର ଲୋକ ଗୋଖର ସାପକୁ ଦେଖିବା ପରେ ସାପ ଧରାଳି ପ୍ରଦୀପ ସେନାପତିଙ୍କୁ ଖବର ଦେଇଥିଲେ । ପ୍ରଦୀପ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ବାଡି ପଟୁ ଝାଡି ନିକଟରୁ ଗୋଖର ନାଗ ସାପଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ ।

ରାୟଗଡ଼ାରୁ 6 ଫୁଟର ଗୋଖର ନାଗ ସାପ ଉଦ୍ଧାର

ତେବେ ଏତେ ବଡ ଗୋଖର ନାଗ ସାପଟିକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି । ସାପଟି ଉଦ୍ଧାର ହେବା ପରେ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏହା ପରେ ବନ ବିଭାଗ ସହାୟତାରେ ଉଦ୍ଧାର ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.