ETV Bharat / state

ମୋବାଇଲ ଚୋରି ଘଟଣାରେ ୪ ନାବାଳକ ଗିରଫ, ଜବତ ହେଲା 35 ଦାମୀ ମୋବାଇଲ - Rayagada news

ମୋବାଇଲ ଚୋରି ଅଭିଯୋଗରେ ସମ୍ପୃକ୍ତ ୪ଜଣ ନାବାଳକ ଗିରଫ । ସେମାନଙ୍କ ଠାରୁ ୩୫ଟି ଦାମୀ ଚୋରି ମୋବାଇଲ ଜବତ କରିଛି ରାୟଗଡା ପୋଲିସ । ଅଧିକ ପଢନ୍ତୁ

ମୋବାଇଲ ଚୋରି ଘଟଣାରେ , ୪ ନାବାଳକ  ଅଟକ
ମୋବାଇଲ ଚୋରି ଘଟଣାରେ , ୪ ନାବାଳକ ଅଟକ
author img

By ETV Bharat Odisha Team

Published : Sep 7, 2023, 7:53 AM IST

Updated : Sep 7, 2023, 12:27 PM IST

ମୋବାଇଲ ଚୋରି ଘଟଣାରେ ୪ ନାବାଳକ ଗିରଫ

ରାୟଗଡା: ୩୫ଟି ଚୋରି ମୋବାଇଲ ଉଦ୍ଧାର ଚୋରି ଘଟଣାରେ ସମ୍ପୃକ୍ତ ୪ଜଣ ନାବାଳକ ଗିରଫ । ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ଗତକାଲି ରାୟଗଡା ଥାନା ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ । ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଉଦ୍ଧାର କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡ଼ିଏସପି ପ୍ରତାପ ଚନ୍ଦ୍ର ତ୍ରିପାଠୀ । ହେଲେ ଚୋରି କରିବାକୁ ଦୁଇ ପାଦ ଆଗକୁ ଯାଇ ସିସିଟିଭିର ଦିଗ ବଦଳାଇ ଦେଇ କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ ।

ଗତ ଜୁଲାଇ ୨୧ ତାରିଖ ବିଳମ୍ବିତ ରାତ୍ରରେ ରାୟଗଡା ସହରର ରୟତ କଲୋନୀ ପ୍ରଥମ ଗଳି ଛକରେ ଥିବା ଏସଭି ମୋବାଇଲ ପଏଣ୍ଟ ଦୋକାନରୁ ରିଏଲମୀ, ଏମଆଇ, ରେଡ଼ମୀ, ସାମସଙ୍ଗ ଭଳି ବିଭିନ୍ନ ବ୍ରାଣ୍ଡର ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ସହ ମରାମତି ପାଇଁ ଗ୍ରାହକ ଦେଇଥିବା ମୋବାଇଲଗୁଡିକୁ ମଧ୍ୟ ଚୋରି ହୋଇଯାଇଥିବା ମାଲିକ ଜଣିବାକୁ ପାଇଥିଲେ । ଏହା ପରେ ଦୋକାନ ମାଲିକ ଏସ.ସନ୍ତୋଷ କୁମାର ରାୟଗଡା ଥାନାରେ ଏତଲା ଦେଇଥିଲେ । ଆଉ ଏତଲାକୁ ଭିତ୍ତି କରି ରାୟଗଡା ଥାନା କେସ ନମ୍ବର ୨୪୮ରେ ଏକ ଚୋରି ମାମଲା ରୁଜୁ କରି ଜିଲ୍ଲା ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ସବ ଇନ୍ସପେକ୍ଟର ସଞ୍ଜୟ କୁମାର ଛତର ତଦନ୍ତ କରିଥିଲେ ।

ଏହା ମଧ୍ଯ ପଢନ୍ତୁ..ଜୁଏଲାରୀ ସଂସ୍ଥା ଜରିଆରେ ବ୍ୟାଙ୍କକୁ ଠକେଇ, ୧୯ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବତ

ଏହି ଚୋରୀ ଘଟଣା ରେ ସମ୍ପୃକ୍ତ ୪ଜଣ ନାବାଳକ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ ଟିମ । ସେମାନଙ୍କ ଠାରୁ ଚୋରି କରି ନେଇଥିବା ୪୦ଟି ମୋବାଇଲ ମଧ୍ୟରୁ ୩୧ଟି ସ୍ମାର୍ଟ ଫୋନ ସହ ୪ଟି କି-ପେଡ ଫୋନ ଜବତ କରାଯାଇଛି । ଘଟଣାରେ ଆଉ କିଏ ସମ୍ପୃକ୍ତ ଥିବା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଧରା ପଡ଼ିଥିବା ୪ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଯିବ ବୋଲି ଡ଼ିଏସପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଥାନା ଅଧିକାରୀ କାମଳକାନ୍ତ ବସନ୍ତ କୁମାର କହଁର ଉପସ୍ଥିତ ରହିଲେ | ଚୋରୀ ସମୟରେ ରୟତ କଲୋନୀ ଛକରେ ଲାଗିଥିବା ୨ଟି ସିସିଟିଭି କ୍ୟାମେରା ମଧ୍ୟରେ ମୋବାଇଲ ଦୋକାନ ପଟକୁ ଦୃଶ୍ୟ ଉତ୍ତୋଳନ କରୁଥିବା ଗୋଟିଏ ସିସିଟିଭିକୁ ଦିଗ ପରିବର୍ତ୍ତନ କରି ପଛପଟକୁ ଚୋର ମାନେ ବୁଲାଇ ଦେଇଥିବା ଯୋଗୁଁ ପୁଲିସକୁ ଚୋର ଧରିବାରେ ନାକେଦମ ହେବାକୁ ପଡିଥିଲା ।

ଇଟିଭି ଭାରତ,ରାୟଗଡା

Last Updated : Sep 7, 2023, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.