ETV Bharat / state

ଗଞ୍ଜେଇ ବେପାରରେ ବୁଡିଥିଲେ ବର୍ଦ୍ଦିପିନ୍ଧା ବାବୁ, ବାନ୍ଧିଲା ପୋଲିସ

author img

By

Published : Nov 28, 2021, 9:16 AM IST

ରାୟଗଡ଼ା ଜିଲ୍ଲା ଖମ୍ବାରିଗୁଡା ଅଞ୍ଚଳରୁ ବ୍ରହ୍ମପୁରକୁ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ପୋଲିସ ହୋମଗାର୍ଡ ସମେତ ୨ ଜଣକୁ ଗିରଫ କଲା ପଦ୍ମପୁର ପୋଲିସ । ଅଧିକ ପଢନ୍ତୁ

ଗଞ୍ଜେଇ ଚାଲଣା ପଛରେ ପୋଲିସ, ହୋମଗାର୍ଡ ସମେତ ୨ ଗିରଫ

ରାୟଗଡ଼ା: ପୁଣି ଖାକିରେ ଲାଗିଲା ଦାଗ । ଗଞ୍ଜେଇ ସହ ହୋମଗାର୍ଡ ଏବଂ ଜଣେ ବ୍ୟବସାୟୀ ଗିରଫ । ଖମ୍ବାରିଗୁଡା ଅଞ୍ଚଳରୁ ବ୍ରହ୍ମପୁରକୁ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ପୋଲିସ ହୋମଗାର୍ଡ ସମେତ ୨ ଜଣକୁ ଗିରଫ କଲା ପଦ୍ମପୁର ପୋଲିସ ।

କୌଣସି ବିଶେଷ ସୂତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ କେନ୍ଦୁଗୁଡା ଫାଣ୍ଡି ନିକଟ ଖମ୍ବାରିଗୁଡା ଗ୍ରାମରେ ଚଢାଉ କରି 35 କେଜି ଗଞ୍ଜେଇ ଜବତ କରିବା ସହ ସ୍ଥାନୀୟ ହୋମଗାର୍ଡ ରମେଶ ବାହୁକ ଏବଂ ଗଞ୍ଜେଇ ବ୍ୟବସାୟୀ ଯୋନେଶ ମାଳିକୁ ଗିରଫ କରିବା ସହ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ତେବେ ଜବତ ଗଞ୍ଜେଇ ପଦ୍ମପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କା ହେବ ବୋଲି ପଦ୍ମପୁର ପୋଲିସ ବିଶ୍ଵରଞ୍ଜନ ଦାସ ଜଣାଇଛନ୍ତି । ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.