ETV Bharat / state

ରାୟଗଡାରେ ଆଉ 24 ପଜିଟିଭ, 7 କୋରୋନା ଯୋଦ୍ଧା ସଂକ୍ରମିତ - କୋରୋନା ଯୋଦ୍ଧା ସଂକ୍ରମିତ

ରାୟଗଡାରୁ ଆଉ 24 କୋରୋନା ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 648ରେ ପହଞ୍ଚିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 7 କୋରୋନା ଯୋଦ୍ଧା ଥିବା ସୂଚନା । ଅଧିକ ପଢନ୍ତୁ...

ରାୟଗଡାରେ ଆଉ 24 ପଜିଟିଭ, 7 କୋରୋନା ଯୋଦ୍ଧା ସଂକ୍ରମିତ

author img

By

Published : Jul 29, 2020, 6:52 PM IST

ରାୟଗଡା: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏପରିସ୍ଥିତିରେ ରାୟଗଡା ଜିଲ୍ଲାରେ ଆଉ 24 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ କୋରୋନା ଯୋଦ୍ଧା ସାମିଲ ରହିଛନ୍ତି । 6 ଜଣ ପୋଲିସକର୍ମୀ ଓ ଜଣେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ସାମିଲଥିବା ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ରାୟଗଡାରେ ଆଉ 24 ପଜିଟିଭ, 7 କୋରୋନା ଯୋଦ୍ଧା ସଂକ୍ରମିତ

ସେହିପରି ରାୟଗଡା ସହରାଞ୍ଚଳରୁ 12 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ 3 ଜଣ, ଗୁଣପୁର ସହରରୁ 8 ଜଣ ଓ ରାମନାଗୁଡା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ହୋମ କ୍ବୋରେଣ୍ଟିନରେ ରହିଥିବା ସୂଚନା ଦିଆଯାଇଛି ।

ସ୍ବାବ ପରୀକ୍ଷା ପରେ ବୁଧବାର ସମସ୍ତଙ୍କ କରୋନା ପଜିଟିଭ ବାହାରିଥିଲା । ତେବେ ଚିହ୍ନଟ ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାରେ ବର୍ତ୍ତମାନସୁଦ୍ଦା 648 ଜଣ କରୋନା ରୋଗି ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.