ETV Bharat / state

କର୍ତ୍ତବ୍ୟ ଆଗରେ ହାର ମାନିଛି ବିବାହ, କୋରୋନା ସାଜିଛି ବାଧକ - କର୍ତ୍ତବ୍ୟ ଆଗରେ ହାର ମାନିଛି ବିବାହ ବନ୍ଧନ

ମହାମାରୀ କୋରୋନା ସଙ୍କଟରେ ଯୋଦ୍ଧା ସାଜିଥିବା ରାୟଗଡାର ଦୁଇ ପୋଲିସ ଅଧିକାରୀ କର୍ତ୍ତବ୍ୟ ଆଗରେ ବିବାହ ବନ୍ଧନକୁ ମଧ୍ୟ ବଳି ପକାଇ ଦେଇଛନ୍ତି । ଏନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

କର୍ତ୍ତବ୍ୟ ଆଗରେ ହାର ମାନିଛି ବିବାହ ବନ୍ଧନ, କରୋନା ସାଜିଛି ବାଧକ

author img

By

Published : Apr 25, 2020, 8:39 PM IST

Updated : Apr 25, 2020, 10:09 PM IST

ରାୟଗଡା: ସାରା ବିଶ୍ବରେ ମହାମାରୀ କୋରୋନା ଆତଙ୍କ ଖେଳାଇ ଥିବା ବେଳେ ଏହି ଯୁଦ୍ଧକୁ ସାମ୍ନା କରି କର୍ତ୍ତବ୍ୟ ଆଗରେ ବିବାହ ବନ୍ଧନକୁ ମଧ୍ୟ ବଳୀ ପକାଇ ଦେଇଛନ୍ତି ରାୟଗଡାର ଦୁଇ ପୋଲିସ ଅଧିକାରୀ ।

ଇଏ ହେଉଛନ୍ତି ରାୟଗଡା ସଦର ଥାନାରେ କର୍ତ୍ତବ୍ୟରତ ମହିଳା ଏସଆଇ ଜୟସ୍ମିତା ବେହେରା । ଘର ପୁରୀ ଜିଲ୍ଲା ବାଁ ବରଡା ଗ୍ରାମରେ । ତିନି ବର୍ଷ ତଳୁ ଭଲପାଇ ବସିଥିଲେ ସେହି ହରେକୃଷ୍ଣପୁର ଗ୍ରାମର ରାଜେଶ କୁମାର ପ୍ରଧାନଙ୍କୁ । ଉଭୟ ପରିବାରର ସହମତି ପରେ ନିର୍ବନ୍ଧ ସାରି ବିବାହ ପାଇଁ ଚଳିତ ମାସ ୨୭କୁ ଧାର୍ଯ୍ୟ ହୋଇଥିଲା ତାରିଖ । ହେଲେ କୋରୋନା ଯୁଦ୍ଧରେ ଏହି ବଳିଷ୍ଠ ଯୋଦ୍ଧା ନିଜ କର୍ତ୍ତବ୍ୟ ଆଗରେ ବଳି ପକାଇ ଦେଇଛନ୍ତି ବିବାହକୁ । କୋରୋନା ସଙ୍କଟ ସରିବା ପରେ ବିବାହ କରିବେ ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି ଜୟସ୍ମିତା ।

କର୍ତ୍ତବ୍ୟ ଆଗରେ ହାର ମାନିଛି ବିବାହ, କରୋନା ସାଜିଛି ବାଧକ

କେବଳ ଜୟସ୍ମିତା ନୁହଁନ୍ତି ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି ଆଉ ଜଣେ ଯୁବ ଏସଆଇ ମାସନ କୁମାର ସାହୁ । ତାଙ୍କର ମଧ୍ୟ ସମାନ ସ୍ଥିତି । ଯାଜପୁର ଜିଲ୍ଲା କାଇମାଟିଆ ବାସିନ୍ଦା ମାନସଙ୍କ ଚଳିତ ମାସ ୧୮ରେ ନିର୍ବନ୍ଧ ହୋଇ ୨୬ ତାରିଖରେ ମଲ୍ଲିକାପୁର ଗାଁର ଶ୍ରୀୟା ସ୍ମିତା ପାଣିଙ୍କ ସହ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା । ହେଲେ ସବୁ ଉଜାଡି ଦେଲା କୋରୋନା ବିପତ୍ତି । ଯୁଦ୍ଧକ୍ଷେତ୍ରର ଏହି ପୋଲିସ କର୍ମଚାରୀ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ବିବାହ ଭଳି ପବିତ୍ର ବନ୍ଧନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଗକୁ ମଣିଷ ସମାଜ ବଞ୍ଚିଲେ ଜୀବନରେ ବିବାହ ପାଇଁ ଅନେକ ସୁଯୋଗ ମିଳିବ ବୋଲି କହିଛନ୍ତି ମାନସ । ତେବେ ଏହି ଦୁଇ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ଗର୍ବିତ ବୋଲି କହିଛନ୍ତି ରାୟଗଡା ଏସପି ସର୍ବଣା ବିବେକ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Apr 25, 2020, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.