ରାୟଗଡ଼ା: ଗ୍ରାମାଞ୍ଚଳରେ କରୋନାର ଆତଙ୍କ । ବୟସ୍କ, ଯୁବପିଢ଼ିଙ୍କ ପରେ ଏବେ ଶିଶୁଙ୍କୁ ସଂକ୍ରମଣ ହେବା ନେଇ ଚିନ୍ତା ବଢିଯାଇଛି ପ୍ରଶାସନର । ରାୟଗଡ଼ା ଜିଲ୍ଲା ସଦର ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଜାଙ୍ଗିଡି ଗ୍ରାମର ୧୬ ଶିଶୁ କୋରୋନାରେ ସଂକ୍ରମିତ ହେବା ଘଟଣା ଗ୍ରାମାଞ୍ଚଳରେ ଘାତକ ହେଉଛି ସଂକ୍ରମଣ ଚିନ୍ତା ବଢ଼ାଇଛି ଜିଲ୍ଲା ପ୍ରଶାସନର । ସ୍ବାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସଂକ୍ରମିତ ଶିଶୁଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା ଆରମ୍ଭ କରିଛି ।
ସଂକ୍ରମିତ ଶିଶୁଙ୍କ ମଧ୍ୟରେ ୩ ଜଣ ୫ ବର୍ଷରୁ କମ୍ ବୟସର ବୋଲି ଜଣାପଡିଛି । ସେହିପରି ୧୮ ରୁ କମ୍ ବୟସର ୨୦ରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଛନ୍ତି । ସମସ୍ତ ଆକ୍ରାନ୍ତ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ରାୟଗଡ଼ା ବ୍ଲକ୍ ଭଳି ଅନ୍ୟ ବ୍ଲକର ଗ୍ରାମଞ୍ଚଳରେ ମଧ୍ୟ କିଛି ଶିଶୁ କୋରୋନାର ଶିକାର ହୋଇଛନ୍ତି। କୋରୋନାର ତୃତୀୟ ଲହରୀ ଶିଶୁଙ୍କୁ ଆକ୍ରାନ୍ତ କରିବା ନେଇ ବିଶେଷଜ୍ଞ ମତ ପ୍ରକାଶ କରିଥିବା ବେଳେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଜିଲ୍ଲାରେ ବଢ଼ିବାରେ ଲାଗିଛି। ସଂକ୍ରମଣ ବ୍ୟାପିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସମେତ ଜିଲ୍ଲା ପ୍ରଶାସନ ସଚେତନତା ମୂଳକ ପଦକ୍ଷେପ ନେବାର ଆବଶ୍ୟକ ରହିଛି।
ଗ୍ରାମାଞ୍ଚଳରେ ଶିଶୁମାନେ ଏକାଠି ହୋଇ ଖେଳାଖେଳି କରୁଥିବାରୁ ସଂକ୍ରମଣ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି। ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଥିବା ବେଳେ ରାୟଗଡ଼ା କୋରୋନା ସଂକ୍ରମଣ ତାଲିକାରେ ରେଡ୍ ଜୋନରେ ରହିଛି। ଆଜି ସୁଦ୍ଧା ଜିଲ୍ଲାର ସଂକ୍ରମଣ ହାର ୧୪ ପ୍ରତିଶତରୁ ଅଧିକ ରହିଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ