ETV Bharat / state

Shrimandira Ratna Bhandar; ରତ୍ନ ଭଣ୍ଡାର ଖୋଲିବା ଦାବିରେ ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

author img

By

Published : Nov 29, 2021, 3:51 PM IST

ଶ୍ରୀମନ୍ଦିର ରତ୍ନ ଭଣ୍ଡାର (Shrimandira Ratna Bhandara) ଖୋଲି ଅଳଙ୍କାର ତନଖି କରିବା, ରତ୍ନ ଭଣ୍ଡାର ଚାବି ହଜିବା ନେଇ ହୋଇଥିବା ତଦନ୍ତର ରିପୋର୍ଟ ସାର୍ବଜନୀନ କରିବା ଦାବି ନେଇ ପୁରୀ ଯୁବ କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି । ଅଧିକ ପଢନ୍ତୁ

ରତ୍ନ ଭଣ୍ଡାର ଖୋଲିବା ଦାବିରେ ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ତନଖି କରିବା, ରତ୍ନ ଭଣ୍ଡାର ଚାବି ହଜିବା ନେଇ ହୋଇଥିବା ତଦନ୍ତର ରିପୋର୍ଟ ସାର୍ବଜନୀନ କରିବା ଦାବି ନେଇ ପୁରୀ ଯୁବ କଂଗ୍ରେସ ପକ୍ଷରୁ ( Youth Congress Protest In Puri) ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରାଯାଇଛି । ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦରେ କଂଗ୍ରେସ ଅଭିଯୋଗ କରିଛି ଯେ, ମହାପ୍ରଭୁ ହେଉଛନ୍ତି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ । ତାଙ୍କ ଅଳଙ୍କାର ସୁରକ୍ଷା ନେଇ ରାଜ୍ୟ ସରକାର ଯେଭଳି ଚୁପ ବସିଛନ୍ତି ତାହା ଗ୍ରହଣୀୟ ନୁହେଁ ।

ସେହିପରି ରତ୍ନ ଅସୁରକ୍ଷିତ ଥିବା ବେଳେ ଏହାର ମରାମତି ମଧ୍ୟ ରାଜ୍ୟ ସରକାର କରୁନାହାନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା, ନକଲି ଚାବି ମିଳିବା ଘଟଣାକୁ ନେଇ ଭକ୍ତ ମହଲରେ ରତ୍ନ ଭଣ୍ଡାର ସୁରକ୍ଷା ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହାକୁ ନେଇ ହୋଇଥିବା ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ସରକାର ଚାପି ରଖିଛନ୍ତି । ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି ଅଳଙ୍କାରର ଗଣତି କରିବା, ରତ୍ନ ଭଣ୍ଡାର ମରାମତି କରିବା ସହ, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରର ତଦନ୍ତ ରିପୋର୍ଟ ସାର୍ବଜନୀନ ସରକାର ନକଲେ 7 ଦିନ ପରେ ପୁରୀ ଯୁବ କଂଗ୍ରେସ ଆମରଣ ଅନଶନ କରିବ ବୋଲି ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.