ETV Bharat / state

ୟେସ ବ୍ୟାଙ୍କ ଫେରାଇଲା ମହାପ୍ରଭୁଙ୍କ ବଳକା ଟଙ୍କା

author img

By

Published : Mar 30, 2020, 5:39 PM IST

ଦ୍ବିତୀୟ ପର୍ଯ୍ୟାୟରେ ୟେସ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା । ବ୍ୟାଙ୍କରେ ଥିବା 156 କୋଟି ଟଙ୍କା ଫିକ୍ସ ଡିପୋଜିଟ ଟଙ୍କା ସମେତ ଏହାର ସୁଧ ଟଙ୍କା ମଧ୍ୟ ଫେରିଛି । ଅଧିକ ପଢନ୍ତୁ...

Yes Bank returned puri  temple money
ୟେସ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା

ପୁରୀ: ୟେସ ବ୍ୟାଙ୍କରୁ ଦ୍ବିତୀୟ ପର୍ଯ୍ୟାୟରେ ଫେରିଲା ଶ୍ରୀମନ୍ଦିର ଅର୍ଥ । ବ୍ୟାଙ୍କରେ ଥିବା 156 କୋଟି ଟଙ୍କା ଫିକ୍ସ ଡିପୋଜିଟ ଟଙ୍କା ସମେତ ଏହାର ସୁଧ ବାବଦରେ 3 କୋଟି 35 ଲକ୍ଷ 38 ହଜାର 863 ଟଙ୍କା ଫେରସ୍ତ ମିଳିଛି । ଉକ୍ତ ଟଙ୍କାକୁ ପୁରୀ ଏସବିଆଇ ମୁଖ୍ୟ ଶାଖାରେ ଇ-ଟ୍ରାନ୍ସଫର ମାଧ୍ୟମରେ ଜମା କରାଯାଇଛି ।

ୟେସ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା

ତେବେ ଟଙ୍କା ମିଳିବା ପରେ ଏହି ଟଙ୍କାରୁ କେଉଁ ବ୍ୟାଙ୍କରେ ଜମା କରାଯିବ ସେ ନେଇ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ । ବ୍ୟାଙ୍କ ଅଫ ବରୋଦା ବିଭିନ୍ନ ବ୍ୟାଙ୍କ ଠାରୁ ଅଧିକ ସୁଧ ତଥା 6.05 ସୁଧ ଜମା ଟଙ୍କା ଉପରେ ଦେବ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

ସେହିପରି ବୈଠକରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । କୋରୋନାରେ ରାଜ୍ୟଵାସୀଙ୍କୁ ସାହାଯ୍ୟ ପାଇଁ ଶ୍ରୀଜଗନ୍ନାଥ କୋରୋନା ରିଲିଫ ଫଣ୍ଡ ଗଠନ ପାଇଁ ନିଷ୍ପତ୍ତି ହୋଇଛି । କୋରୋନା ମୁକାବିଲା ନେଇ ଏହି ଫଣ୍ଡରେ ଭକ୍ତମାନେ ଦାନ କରିପାରିବେ । ଉକ୍ତ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ଦିଆଯିବ ବୋଲି ଶ୍ରୀମନ୍ଦିର ଅର୍ଥ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.