ETV Bharat / state

ବିଶ୍ୱ ଯକ୍ଷ୍ମା ଦିବସ: ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା

author img

By

Published : Mar 23, 2019, 9:02 PM IST

ପ୍ରତିବର୍ଷ ମାର୍ଚ୍ଚ24 ତାରିଖକୁ ସାରା ବିଶ୍ବରେ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ। ପୁରୀରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆସନ୍ତାକାଲି ବିଶ୍ବ ଯକ୍ଷ୍ମା ଦିବସ । ପ୍ରତିବର୍ଷ ମାର୍ଚ୍ଚ24 ତାରିଖକୁ ସାରା ବିଶ୍ବରେ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ। ବିଶେଷ କରି ଯକ୍ଷ୍ମାଭଳି ଭୟଙ୍କର ରୋଗର କାରଣ, ଲକ୍ଷଣ ଓ ଏହାର ଚିକିତ୍ସା କିଭଳି ହୁଏ, ସେ ନେଇ ସଚେତନତା ପାଇଁ ଏହି ଦିବସକୁ ସାରା ବିଶ୍ୱରେ ଥିବା ବିଭିନ୍ନ ଅନୁଷ୍ଠାନ ପାଳନ କରିଥାନ୍ତି। ପୁରୀରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକା କଳାଟିକୁ ନିର୍ମାଣ କରାଯାଇଛି। ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୁରୀ ଜିଲା ପ୍ରଶାସନ ସହାୟତାରେ ଏକ ଦସ୍ତଖତ ଅଭିଯାନ କରାଯାଇଛି। ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି। ଯକ୍ଷ୍ମା ଏକ ମାରାତ୍ମକ ରୋଗ । ତେବେ ଏହାର ସଠିକ ସମୟରେ ଚିକିତ୍ସା କରାଗଲେ ଏଥିରୁ ମୁକ୍ତି ମିଳିଥାଏ ବୋଲି ଏହି ବାଲୁକା କଳା ମାଧ୍ୟମରେ ସଚେତନତାରବାର୍ତ୍ତା ସାରା ବିଶ୍ୱକୁ ଦେଇଛନ୍ତିଶିଳ୍ପୀ ମାନସ ସାହୁ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.