ETV Bharat / state

ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ, ନ୍ୟାୟ ପାଇଁ ପତ୍ନୀ SPଙ୍କ ଦ୍ବାରସ୍ତ - ପଣସପଦାରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଧରୁନି ପୋଲିସ୍ । ପୋଲିସର ଅବହେଳା ପ୍ରତିବାଦରେ ଏସପିଙ୍କୁ ଭେଟିଲେ ପରିବାର ଓ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ, ନ୍ୟାୟ ପାଇଁ  ପତ୍ନୀ SPଙ୍କ ଦ୍ବାରସ୍ତ

author img

By

Published : Jul 26, 2022, 7:33 PM IST

ପୁରୀ: ପଣସପଦା ଗାଁରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଓଲଟା ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ଗ୍ରାମବାସୀ ନ୍ୟାୟ ପାଇଁ ପୁରୀ SPଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ, ନ୍ୟାୟ ପାଇଁ ପତ୍ନୀ SPଙ୍କ ଦ୍ବାରସ୍ତ

ବ୍ରହ୍ମଗିରି ଥାନା ପଣସପଦା ଗାଁର ବୁଦ୍ଧଦେବ ପଲେଇ ଗତ ମାସ ୨୪ ତାରିଖରେ ବଡଦିଆଣ୍ଡି ଗାଁରୁ ଭଣଜାର ବାହାଘର ଭୋଜି ଖାଇ ଫେରୁଥିଲେ । ଏହି ସମୟରେ ପାଇକସାହି ଗାଁର ୧୦ରୁ ଅଧିକ ବ୍ୟକ୍ତି ବୁଦ୍ଧଦେବଙ୍କୁ ଖଣ୍ଡା ଓ ଲାଠିରେ ଆକ୍ରମଣ କରିଥିଲେ । ପତ୍ନୀ ପୁଷ୍ପାଞ୍ଜଳି ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଆକ୍ରମଣକାରୀ ।

ଏନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ହେଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ପୁଷ୍ପାଞ୍ଜଳି ପଲେଇ ଓ ଗ୍ରାମବାସୀ ନ୍ୟାୟ ପାଇଁ ପୁରୀ SPଙ୍କ ଦ୍ବାରସ୍ତ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.