ETV Bharat / state

ଜଳସେଚନ ବିଭାଗର ତତ୍ପରତା, ପିପିଲିରେ କାଜ ଉନ୍ନତି ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

author img

By

Published : Sep 7, 2022, 11:21 AM IST

ପିପିଲିରେ ଦୟାନଦୀ ବନ୍ଧରେ ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି କାଜ ଉନ୍ନତି କରଣ ନେଇ ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ଅଧିକ ପଢ଼ନ୍ତୁ

water department review canal situation in pipili puri
ଜଳସେଚନ ବିଭାଗର ତତ୍ପରତା, ପିପିଲିରେ କାଜ ଉନ୍ନତି ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

ପୁରୀ: ତତ୍ପରତା ଦେଖାଇଲା ଜଳସେଚନ ବିଭାଗ । ପୁରୀ ଜିଲ୍ଲା ପିପିଲି ଦେଇ ଯାଇଥିବା ଦୟାନଦୀ ବନ୍ଧରେ ଭାରତୀପୁର ଓ କଣ୍ଟିଠାରେ ଥିବା ଦୁଇଟି କାଜ ଉନ୍ନତି କରଣ ନେଇ ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ଏଥିସହ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଏହି ଦୁଇ ଗୋଟି କାଜରୁ ନିଷ୍କାସିତ ବନ୍ୟା ଜଳର କିପରି ସଠିକ ପରିଚାଳନା ହୋଇ ପାରିବ ସେନେଇ ସ୍ଥିତି ପରଖିଥିଲେ ।

ପିପିଲିରେ କାଜ ଉନ୍ନତି ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

ସ୍ଥିତି ପରଖିବା ପରେ ଚାଷୀ ସମସ୍ୟା ଓ ବନ୍ୟା ଜଳ ନିଷ୍କାସନ ସହ ଉଭୟ କାଜର ସ୍ଥାୟୀ ପ୍ରତିକାର କରିବା ପାଇଁ ସର୍ଭେ ପରେ ପଦକ୍ଷେପ ନିଆଯିବ। ପ୍ରତ୍ୟେକ ଦିଗକୁ ଧ୍ୟାନ ଦେଇ ଉଭୟ କାଜକୁ ଉଚ୍ଚ କରାଯିବା ସହ ସୁଦୃଢ଼ କରାଯିବ ତା ଉପରେ କାର୍ଯ୍ୟ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି," କେତେକ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର କରାଯିବ । ପ୍ରାୟତଃ କେନାଲ ଗୁଡ଼ିକ ମାଟିରେ ତିଆରି ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ପର୍ଯ୍ୟାୟକ୍ରମେ ଟେଣ୍ଡର କରି କାର୍ଯ୍ୟ ଏଥିପାଇଁ କରାଯିବ।"

ଏହା ମଧ୍ୟ ପଢ଼ନ୍ତୁ: ପିପିଲି ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ, ସ୍ଥିତି ସମୀକ୍ଷା କଲେ ବିଧାୟକ

ସେପଟେ ପିପିଲି ବିଧାୟକ କହିଛନ୍ତି, "ଯେଉଁ ପରିମାଣର ପାଣି ଆବଶ୍ୟକତା ରହୁଛି ତାହା ଆସିପାରୁ ନାହିଁ । ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କିଭଳି ଅଧିକ କ୍ୟୁସେକ ପାଣି ଆସିବ ସେନେଇ ବ୍ୟବସ୍ଥା କରାଯାଇଛି ।" ଚାଷୀ ସମସ୍ୟା ଓ ଉଭୟ କାଜର ସ୍ଥାୟୀ ପ୍ରତିକାର ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.