ETV Bharat / state

ପୁରୀରେ ସୁଜଳ ଯୋଜନା ସଫଳତା ପାଇଁ ଓ୍ବାଟକୋ ପୁରସ୍କୃତ - Sujala Yojana

ପୁରୀ ସହରରେ ସୁଜଳ ଯୋଜନାର ସଫଳତା ପାଇଁ ୱାଟକୋକୁ ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ...

ପୁରୀରେ ସୁଜଳ ଯୋଜନା ସଫଳତା ପାଇଁ ଓ୍ବାଟକୋ ପୁରସ୍କୃତ

author img

By

Published : Mar 21, 2021, 3:19 PM IST

ଭୁବନେଶ୍ବର: ଜିଲ୍ଲାରେ 'ସୁଜଳ' ଯୋଜନାର ସଫଳ କାର୍ଯ୍ୟକାରୀ ହୋଇଥିବାରୁ ୱାଟକୋକୁ ଆୱାର୍ଡ ଅଫ୍ ଏକ୍ସିଲେନ୍ସି ପୁରସ୍କାର ମିଳିଛି । ତେବେ ୱାଟକୋକୁ ଏହି ସଫଳତା ନିମନ୍ତେ ପଞ୍ଚାୟତିରାଜ, ପାନୟଜଳ ମନ୍ତ୍ରୀ ପ୍ରତାପ ଜେନା ଖୁସି ବ୍ୟକ୍ତ କରି ବିଭାଗୀୟ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେକ୍ଟ ଟେକ୍ନୋ ମଡିଆ ଆୟୋଜିତ ୨ୟ ଜାତୀୟ ଜଳ ଓ ପରିମଳ ସମ୍ମିଳନୀରେ 2021 ମସିହାରେ ସ୍ମାର୍ଟ ଜଳ ପରିବହନ ଏବଂ ବିତରଣ ବିଭାଗରେ ଦେଶର ବିଭିନ୍ନ ସହର ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଉତ୍କର୍ଷତା ପାଇଁ ପ୍ରତିଯୋଗିତା ହୋଇଥିଲା । ଏଥିରେ ପୁରୀ ସହରରେ ୱାଟକୋ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ପୁରସ୍କୃତ କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.