ପୁରୀ: 2019 ନିର୍ବାଚନ ରେ ସମସ୍ତ ନାଗରିକ ସାମିଲ ହେବା ନେଇ ବାଲୁକା କଳା ମାଧ୍ୟମରେ ଆହ୍ୱାନ ଦିଆଯାଇଛି। ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୋଟ ଦେବା ସବୁ ନାଗରିକଙ୍କ ମୌଳିକ ଅଧିକାର । ଏହା ଦ୍ୱାରା ଭଲ ସରକାର ଗଠନ ସହ ଦେଶର ବିକାଶ ହୋଇଥାଏ।
ପୁରୀ ଲାଇଟ ହାଉସ ବେଳାଭୂମିରେ ନିଆରା ବାଲୁକା କଳାକୁ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ବାଲୁକା କଳାରେ ଦେଶର ଓ ରାଜ୍ୟର ପ୍ରମୂଖ ରାଜନୈତିକ ଦଳର ଚିହ୍ନକୁ ଏଥିରେ ସ୍ଥାନ ଦିଆଯିବା ସହ ଭୋଟ ଫର ବେଟର ଇଣ୍ଡିଆ ବାର୍ତ୍ତା ଏହି ବାଲୁକା କଳା ମାଧ୍ୟମରେ ଦିଆଯାଇଛି।
20 ଫୁଟ ଲମ୍ବର ଏହି ବିଶାଳ ବାଲୁକା କଳାଟିକୁ ତିଆରି କରିବାରେ ଦୀର୍ଘ 7 ଘଣ୍ଟା ସମୟ ସହ 15 ଟନ ବାଲି ବ୍ୟବହାର ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ