ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ପାଣ୍ଡିଆନ

author img

By ETV Bharat Odisha Team

Published : Dec 24, 2023, 2:00 PM IST

Puri Heritage Corridor Project: ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
vk pandian visits puri
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

ପୁରୀ: ଦ୍ରୁତଗତିରେ ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ସେ ଶନିବାର ସନ୍ଧ୍ୟାରେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ପ୍ରକଳ୍ପ କାର୍ଯ୍ୟ କେତେ ଦୂର ତ୍ବରାନ୍ବିତ ହୋଇଛି ଏବଂ କେତେଶୀଘ୍ର ଏହା ଶେଷ ହେବ ସେନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ ।

ସେହିପରି ଶ୍ରୀଦାଣ୍ଡ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର, ଶ୍ରୀସେତୁ କାର୍ଯ୍ୟ, ବଡ଼ଦାଣ୍ଡରେ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ନିର୍ମାଣ ଚାଲିଥିବା ଅଭ୍ୟର୍ଥନା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏହାପରେ ଦକ୍ଷିଣ ଦ୍ୱାର ପଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପଣ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ଫାଇଭ-ଟି ଅଧ୍ୟକ୍ଷ । ତେବେ ଫାଇଭ-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଏସପି କନୱର ବିଶାଳ ସିଂଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖୋଉଛି ସେନେଇ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ସେତିକି ଜୋରରେ ଆଗେଇ ଚାଲିଛି । ନୂଆବର୍ଷ ଆଉ ଖୁବ୍ କମ୍ ଦିନ ଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ମେଡିକାଲ ଛକ ଯାଏଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ବଡ଼ଦାଣ୍ଡକୁ ଟ୍ରାଫିକ ମୁକ୍ତ କରାଯାଇଛି । ନୂଆବର୍ଷ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଓବିସିସି ଜେନେରାଲ ମ୍ୟାନେଜର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୁରୀ ଗସ୍ତରେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ ଅଗ୍ରଗତିର କଲେ ସମୀକ୍ଷା

ସେହିପରି ପୁରୀ ସହର ଓ ପ୍ରମୁଖ ରାସ୍ତାଗୁଡିକୁ ରଙ୍ଗୀନ ଆଲୋକମାଳାରେ ସଜେଇବା ପାଇଁ ଆକର୍ଷଣୀୟ ଏଲ୍ଇଡି ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ମାଗଣା ଜୋତା ଷ୍ଟାଣ୍ଡ, ଅଭ୍ୟର୍ଥନା କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚତୁର୍ପାଶ୍ୱରେ ଥିବା ସମସ୍ତ କୋଠା ଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ନୂଆବର୍ଷରୁ ଭକ୍ତମାନେ ଏକ ନୂଆ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ବୋଲି କହିଛନ୍ତି ସେବାୟତ ଓ ପ୍ରଶାସନିକ ଅଧିକାରୀ ।

ଆସନ୍ତା ୨୫ ତାରିଖ ରାତି ୧୧ଟା ସୁଦ୍ଧା ମାର୍କେଟ ଛକରୁ ମେଡିକାଲ ଛକ ଯାଏଁ ଥିବା ସମସ୍ତ ଉଠାଦୋକାନୀ ଉଠିଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବଡ଼ଦାଣ୍ଡ ଏବେ ଉଠାଦୋକାନୀ ମୁକ୍ତ ହେବାପରେ ଏହାର ସୌନ୍ଦର୍ଯ୍ୟ ବଢ଼ିଛି । ଆସନ୍ତା ନୂଆବର୍ଷକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହିତ ବଡ଼ଦାଣ୍ଡ ଓ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପୁରୀ ଆସୁଥିବା ଭକ୍ତ ଏକ ନୂଆ ଅନୁଭୂତି ନେଇ ନୂଆବର୍ଷରେ ଫେରିବେ ବୋଲି ପ୍ରଶାସନ ଆଶା ରଖିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.