ETV Bharat / state

ଦ୍ବିତୀୟ ଦିବସରେ ବାଲୁକା ଚିତ୍ରକଳା ମହୋତ୍ସବର ମଜା ନେଲେ ପର୍ଯ୍ୟଟକ

author img

By ETV Bharat Odisha Team

Published : Dec 2, 2023, 11:05 PM IST

କୋଣାର୍କ ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । ଦ୍ବିତୀୟ ଦିବସରେ ବାଲୁକା ଚିତ୍ରକଳା ମହୋତ୍ସବର ମଜା ନେଲେ ପର୍ଯ୍ୟଟକ । ଅଧିକ ପଢନ୍ତୁ

International sand art festival
International sand art festival
ଦ୍ବିତୀୟ ଦିବସରେ ବାଲୁକା ଚିତ୍ରକଳା ମହୋତ୍ସବର ମଜା ନେଲେ ପର୍ଯ୍ୟଟକ

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ୨୦୨୩ । ଓଡ଼ିଶା ସରକାର ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଭାରତର ସର୍ବବୃହତ ବାଲୁକା ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହେଉଛି । ଆଜି (ଶନିବାର) ଦ୍ବିତୀୟ ଦିବସରେ ଇକୋ ଟୁରିଜିମର ଥିମ୍ ରହିଛି । ଏହି ଥିମକୁ ନେଇ ବାଲୁକା ଚିତ୍ରଶିଳ୍ପୀମାନେ ଭଳିକି ଭଳି ଆକର୍ଷଣୀୟ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ତେବେ ପର୍ଯ୍ୟଟକମାନେ ବେଳାଭୂମିରେ ଏହି ବାଲୁକା ମହୋତ୍ସବ ବୁଲିବା ସହ ସୁନ୍ଦର ବାଲୁକା ଚିତ୍ରକଳାକୁ ଉପଭୋଗ କରିଛନ୍ତି ।

ବିଶେଷ କରି ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ବାଲୁକା ଚିତ୍ରକଳାରେ ଦିଆଯାଇଛି। ଏହାକୁ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଆସନ୍ତା ଡିସେମ୍ବର ୫ ତାରିଖ ଯାଏଁ ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହେବ । ୧୦୦ରୁ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି । ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶରୁ ମଧ୍ୟ ଅନେକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ- ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ

ଡିସେମ୍ବର ୧ ତାରିଖରୁ ୫ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ପ୍ରତିଦିନ ଏକ ଥିମ୍ ଦିଆଯାଉଛି । ସେହି ଥିମ ଅନୁଯାୟୀ ଚିତ୍ରଶିଳ୍ପୀ ମାନେ ବାଲୁକା ଚିତ୍ରକଳା ତିଆରି କରୁଛନ୍ତି । ତେବେ ପ୍ରଥମ ଦିନରେ କଲଚର ଓ ହେରିଟେଜ୍ ଥିମ୍ ରହିଥିଲା । ତେବେ ଏହି ବାଲୁକା ଚିତ୍ରକଳା ମହୋତ୍ସବକୁ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ପ୍ରତିଦିନ ଲାଗି ରହୁଛି । OTDCର ଅଧ୍ୟକ୍ଷ ଲେନିନ୍ ମହାନ୍ତି, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମକୁ ଗତକାଲି ଉଦଘାଟନ କରିଥିଲେ ।

ଏହି ମହୋତ୍ସବ ନେଇ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "କୋଣାର୍କ ଚନ୍ଦ୍ରଭାଗାରେ ହେଉଥିବା ବାଲୁକା ଚିତ୍ରକଳା ମହୋତ୍ସବ ସାରା ଭାରତରେ ସର୍ବବୃହତ ବାଲୁକା ଚିତ୍ର କଳା ମହୋତ୍ସବ । ଏହାକୁ ଦେଶ ବିଦେଶରୁ ଅନେକ ଆର୍ଟିଷ୍ଟ ଆସିଥାନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି।" ସେପଟେ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଥିବା ଆର୍ଟିଷ୍ଟ ବେଶ୍ ଖୁସିବ୍ୟକ୍ତ କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ଏକ ସୁଯୋଗ ହୋଇଥିବା ବେଳେ ସବୁ ଆର୍ଟିଷ୍ଟ ଏଠାରେ ନିଜର କଳା ଦେଖାଇବା ପାଇଁ ବେଶ ଉତ୍ସାହିତ ଥାନ୍ତି ବୋଲି ଚିତ୍ରଶିଳ୍ପୀମାନେ କହିଛନ୍ତି ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.