ETV Bharat / state

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ଭିନିଲ କ୍ରିଷ୍ଣା

ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । ତେବେ ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ୭ ମାସ ସୁଦ୍ଧା ଶେଷ କରିବାକୁ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଭିନିଲ । ଅଧିକ ପଢନ୍ତୁ...

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ଭିନିଲ କ୍ରିଷ୍ଣା
ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ଭିନିଲ କ୍ରିଷ୍ଣା
author img

By

Published : Jan 25, 2021, 7:02 AM IST

ପୁରୀ: ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । ପ୍ରାୟ ୧୩ ଏକର ପରିମିତ ଅଞ୍ଚଳରେ କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁଇମିଂ ପୁଲ, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରିଡା ସାମଗ୍ରୀ ଉପଲବ୍ଧ ହେବା ସହ ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ୭ ମାସ ସୁଦ୍ଧା ଶେଷ କରିବାକୁ ସେ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ ପରିସର ବୁଲି ଦେଖିବା ସହ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କରାଯିବ ବୋଲି ସେ କହିଥିଲେ । ଏହାଦ୍ବାରା ଜିଲ୍ଲାରେ କ୍ରୀଡା ପ୍ରତିଭା ବିକାଶ ହୋଇପାରିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା କ୍ରିଡାଧିକାରୀ ଚନ୍ଦନ କୁମାର ସାହୁ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଗିରଶ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.