ETV Bharat / state

କୋରୋନା ପାଇଁ ଗୋଟିଏ ପରିବାରକୁ ବାସନ୍ଦ କଲେ ଗାଁଲୋକେ

author img

By

Published : May 17, 2021, 9:35 AM IST

ପୁରୀ ଜିଲ୍ଲା କଣାସ ଗଡିସାଗୋଦା ଥାନା ଜାଗୁଳେଇପଦର ଗ୍ରାମରେ କୋରୋନା ପାଇଁ ଗୋଟିଏ ପରିବାରକୁ ବାସନ୍ଦ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ପରିବାରକୁ ନିଆଁପାଣି ବନ୍ଦ
ପରିବାରକୁ ନିଆଁପାଣି ବନ୍ଦ

ପୁରୀ: କୋରୋନା ପାଇଁ ଗୋଟିଏ ପରିବାରକୁ ବାସନ୍ଦ କଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ଗଡିସାଗୋଦା ଥାନା ଜାଗୁଳେଇପଦର ଗ୍ରାମରେ । କୋରୋନା ପାଇଁ ଗାଁର ନାରାୟଣ ବେହେରାଙ୍କ ପରିବାରକୁ ଗ୍ରାମବାସୀ ବାସନ୍ଦ କରିଥିବା ନେଇ ଅଭିଯୋଗ ହୋଇଛି ।

ପରିବାରକୁ ନିଆଁପାଣି ବନ୍ଦ

ସୂଚନାନୁସାରେ ନାରାୟଣଙ୍କର ବୋହୂ ବିଦ୍ୟୁତଲତା ବେହେରା ଗର୍ଭବତୀ ଥିବା ବେଳେ ତାଙ୍କୁ କେରୋନା ହୋଇଥିବା ନେଇ ଅ।ଶାକର୍ମୀ ସୂଚନା ଦେଇଥିଲେ । ଏହା ପରେ ଗଁ।ରେ ଘଣ୍ଟ ବଜାଇ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ପାଣି ବାସନ୍ଦ କରିବା ସହିତ ତାଙ୍କୁ କୋରୋନା ପଜିଟିଭ ରିପୋର୍ଟ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ନାରାୟଣ । ଖାଲି ସେତିକି ନୁହେଁ କୋରୋନା ସମୟରେ ତାଙ୍କୁ ଯିଏ ସହଯୋଗ କରୁଛି ତାଙ୍କୁ ଭୟ ଦେଖାଯାଉଥିବା ଅଭିଯୋଗ ହୋଇଛି । ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଉକ୍ତ ପରିବାରକୁ କେବଳ ସଙ୍ଗରୋଧରେ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ଜଣେ ଗ୍ରାମବାସୀ । ଏହା ସହିତ ଆବଶ୍ୟକ ପଡିଲେ ତାଙ୍କୁ ସହଯୋଗ ମଧ୍ୟ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ।

ପର ଘରେ ମୁଣ୍ଡ ଗୁଞ୍ଜିଥିବା ନାରାୟଣଙ୍କ ପରିବାରକୁ ବାସନ୍ଦ କରାଯିବା ପରେ ତାଙ୍କୁ ଘର ଛାଡିବାକୁ ଚାପ ପଡୁଛି । ପରିବାର ଲୋକ କିପରି ରହିବେ ତାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ରୋଗୀକୁ ନୁହେଁ ରୋଗକୁ ଘୃଣାକର ବୋଲି କୁହାଯାଉଥିବାବେଳେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏ ଘଟଣା ପରେ ବି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କୌଣସି ହସ୍ତକ୍ଷେପ କରାଯାଇନାହିଁ ନାରାୟଣଙ୍କ ସମସ୍ୟାକୁ ଦ୍ବିଗୁଣିକତ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.