ETV Bharat / state

ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ, ସମୀରଙ୍କୁ ଶିଳାନ୍ୟାସ କରାଇ ଦେଇନଥିଲେ - ଶିଳାନ୍ୟାସ କରିବାକୁ ବିଧାୟକଙ୍କୁ ବିରୋଧ

ଚକରୋଡା ଗ୍ରାମର ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ। ଅଧିକ ପଢନ୍ତୁ

villagers repair damaged road
villagers repair damaged road
author img

By

Published : Jul 24, 2023, 12:41 PM IST

villagers repair damaged road

ନିଆଳୀ/ ପୁରୀ: ଜୁଲାଇ 21ରେ ଚକରୋଡା ଗ୍ରାମ ନିକଟରେ ନୂତନ ରାସ୍ତା ନିର୍ମାଣ ଶିଳାନ୍ୟାସକୁ ନେଇ ନିମାପଡା ବିଧାୟକଙ୍କୁ ବିରୋଧ କରାଯାଇଥଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାର 3ଦିନ ପରେ ସ୍ଥାନୀୟ ପଞ୍ଚାୟତର ସମିତି ସଭ୍ୟା ଓ ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତା ତିଆରି ହେଉଥିବା ନଜରକୁ ଆସିଛି ।‌ ସରକାରୀ ଅର୍ଥ ନୁହଁ ବରଂ ନିଜ ଟଙ୍କାରେ ନିଜେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ । ହାତରେ ଫାଉଡା କୋଦାଳ ଧରି ଗ୍ରାମବାସୀ ଓ ସମିତି ସଭ୍ୟ ରାସ୍ତା ତିଆରି କରୁଛନ୍ତି ।

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଚକରୋଡା ଗ୍ରାମ ନିକଟରେ ନିର୍ମାଣ ହେଉଥିବା ରାସ୍ତାରେ ଦୀର୍ଘ ୧୮ ବର୍ଷ ହେବ ମାଟି ମୁଠାଏ ପଡ଼ିନଥିଲା । ଫଳରେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ଜୁଲାଇ 21 ତାରିଖ ଦିନ ବିଧାୟକ ସମୀର ରଞ୍ଜନ ଦାଶ ଏହାକୁ ଶିଳାନ୍ୟାସ କରିବାକୁ ଆସିଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ । ଏହି ସମୟରେ ଅଙ୍ଗରକ୍ଷୀ ଏବଂ ପୋଲିସ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧ ପରେ ବିଧାୟକ ସମୀର ଦାଶ ରାସ୍ତା ଶିଳାନ୍ୟାସ ନକରି ଫେରି ଯାଇଥିଲେ । ଆଜି(ସୋମବାର) ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତାର ମରାମତି କାର୍ଯ୍ୟ ଚାଲିଛି ।

ଏହା ମଧ୍ୟ ପଢନ୍ତୁ-ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ସମୀର ଦାଶ

ନିଜ ଅର୍ଥରେ ବାଲି ମୋରମ ଓ ଡ଼ସ୍ଟ ପକାଇ ରାସ୍ତା କାମ କରୁଛନ୍ତି ଗ୍ରାମବାସୀ। ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ନିଜ ହାତରେ କୋଦାଳ ଧରି ଗ୍ରାମବାସୀଙ୍କ ସହିତ ରାସ୍ତା କାର୍ଯ୍ୟରେ ସହଯୋଗ ମଧ୍ୟ କରୁଛନ୍ତି । ପ୍ରତି ଗାଁକୁ ପକ୍କା ରାସ୍ତା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ ହେଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଚକରୋଡା ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ସପୂର୍ଣ୍ଣ ନିର୍ମାଣ ହୋଇପାରିଲା ନାହିଁ । ଯାହା ଫଳରେ ଗ୍ରାମର ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ରୋଗୀ ନେବା ପାଇଁ ଆମ୍ବୁଲାନ୍ସ ଗାଡି ଯାତାୟତ କରିବାରେ ବାଧା ଉପୁଜୁଥିବା ଗ୍ରାମବାସୀ କହିଛନ୍ତି । ଏହି ରାସ୍ତା ମରାମତି କାର୍ଯ୍ୟରେ ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ଲକିବାଳା ନାୟକ, ଅଭୟ କୁମାର ନାୟକ ଓୟାଡ଼ ସଭ୍ୟ ପ୍ରଶ୍ନ କୁମାର ନାୟକ, ଅମିନ ନାୟକ ସହିତ ଶତାଧିକ ମହିଳା ପୁରୁଷ ସାମିଲ ହୋଇ ସାହାଯ୍ୟ ସହଯୋଗ କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.