ETV Bharat / state

ଗାଁକୁ ନାହିଁ ପକ୍କା ରାସ୍ତା, ଧାରଣା ଦେଲେ ଗ୍ରାମବାସୀ

author img

By

Published : Aug 3, 2023, 9:13 PM IST

Updated : Aug 3, 2023, 9:27 PM IST

ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ପୁରୀ ଗୋପ ବ୍ଲକ ସମ୍ମୁଖରେ ଧାରଣା । ବିକ୍ଷୋଭ ପ୍ରଦର୍ଶନ କଲେ ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତର ବାହାନା ବାଲିସାହିର ଗ୍ରାମବାସୀ । ଅଧିକ ପଢନ୍ତୁ

ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ପୁରୀ ଗୋପ ବ୍ଲକ ସମ୍ମୁଖରେ ଧାରଣା

ପୁରୀ: ଖାଲି ନାଁକୁ ଗାଁ କୁ ଚାଲ ଗାଁକୁ ଗଢ ସରକାରଙ୍କ ବିକାଶ ମୁଖି ଯୋଜନା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ରାସ୍ତା ନିର୍ମାଣ ଓ କଲ୍ୟାଣକାରୀ ଯୋଜନା ଆଜି ବି ଗାଁ ଲୋକଙ୍କ ପାଇଁ ସାତସ୍ବପ୍ନ ବୋଲ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସବୁ ଗାଁକୁ ପକ୍କା ରାସ୍ତା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି ବଦ୍ଧ । ହେଲେ ଏହା କେବଳ ସ୍ଲୋଗାନରେ ସୀମିତି । ଏହାର ଅନେକ ଉଦାହରଣ ରହିଛି । ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ପୁରୀ ଗୋପ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତର ବାହାନା ବାଲିସାହିର ଗ୍ରାମବାସୀ ।

ଗ୍ରାମର ମହିଳା, ଛାତ୍ରଛାତ୍ରୀ ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗୋପ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁକୁ ରାସ୍ତାଟିଏ ନଥିବା ହେତୁ ଲୋକମାନେ ଯାତାୟାତରେ ଘୋର ଅସୁବିଧା ଭୋଗୁଛନ୍ତି । କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ । ରୋଗୀଙ୍କୁ ଅତି ଦୟନୀୟ ଭାବେ ଟେକି ଟେକି ଆମ୍ବୁଲାନ୍ସ ଯାଏ ନିଆଯାଉଥିବା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେହିପରି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ପ୍ରଶାସନ କରିନାହିଁ । ଗ୍ରାମବାସୀ ଦୂଷିତ ଜଳ ସେବନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଭଲ ରାସ୍ତାନ ଥିବାରୁ ଗାଁ ଛାତ୍ରଛାତ୍ରୀ ସ୍କୁଲ କଲେଜକୁ ପାଠ ପଢ଼ିବାକୁ ଯାଇ ପାରୁନାହାନ୍ତି । ଗତ 30 ବର୍ଷ ହେବ ଏହି ମୌଳିକ ଦାବି ଗ୍ରାମବାସୀ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ । ତେବେ ଅବହେଳା ଏବେ ଚରମ ସୀମାରେ ପହଞ୍ଚିବାରୁ ଲୋକମାନେ ବାଧ୍ୟ ହୋଇ ଗୋପ ବ୍ଳକ୍ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ପ୍ରଶାସନ ଓ ଜନପ୍ରତିନିଧିଙ୍କ ଅବହେଳାକୁ କଡ଼ା ସମାଲୋଚନା କରିଛନ୍ତି ଗ୍ରାମବାସୀ ।

ତେବେ ଦାବି ପୂରଣ ନହେଲେ ଗୋପ ମୁଖ୍ୟ ରାସ୍ତାକୁ ଗ୍ରାମବାସୀ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଗୋପ ବିଡ଼ିଓ ଲୋକଙ୍କ ସମସ୍ୟା ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଛନ୍ତି । ତେବେ ବ୍ଲକ ପ୍ରଶାସନ ଯଦି ଗାଁକୁ ରାସ୍ତା ସହ ଅନ୍ୟ ମୌଳିକ ସୁବିଧା ଯୋଗାଇବାରେ ପୁଣି ଅବହେଳା କରେ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 3, 2023, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.