ETV Bharat / state

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଗୋଷାଣୀ ମାଆଙ୍କ ଦର୍ଶନ ପାଇଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି

author img

By ETV Bharat Odisha Team

Published : Oct 25, 2023, 7:20 AM IST

ବିଜୟା ଦଶମୀକୁ ନେଇ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡ଼ିକରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ବିଜୟା ଦଶମୀକୁ ନେଇ ଉତ୍ସବ ମୁଖରିତ  ଶ୍ରୀକ୍ଷେତ୍ର

ପୁରୀ: ବିଜୟା ଦଶମୀ ନେଇ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ରହିଥିଲା ବେଳେ ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଉତ୍ସବ ମୁଖରିତ ହୋଇଥିଲା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପଗୁଡ଼ିକରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ବିସର୍ଜନ ହୋମ ସହ ପନ୍ତି ନିତୀ ଅନୁଷ୍ଠିତ ହୋଇଛି । ତେବେ ମଙ୍ଗଳବାର ପବିତ୍ର ଦିବସରେ ମା’ଙ୍କୁ ଦର୍ଶନ ସହ ଆଶୀର୍ବାଦ ନେବା ପାଇଁ ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । କେବଳ ପୁରୀ କାହିଁକି ପୁରୀ ବାହାରୁ ଅନେକ ଭକ୍ତ, ପର୍ଯ୍ୟଟକ ପୁରୀ ଆସି ବିଜୟା ଦଶମୀରେ ମା’ଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଥିଲେ । ବିଶେଷ କରି ପୁରୀରେ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ଗୋଷାଣୀ ମୂର୍ତ୍ତି ଦେଖି ଭକ୍ତ ଭାବ ବିହ୍ଵଳିତ ହୋଇଥିଲେ । ପୁରୀ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ମୂର୍ତ୍ତି ଦେଖିବା ସହ ଆକର୍ଷଣୀୟ ସାଜସଜ୍ଜା ଦେଖିଥିଲେ ।

ଏହା ମଧ୍ୟ ପଢନ୍ତୁ...ଶରଦୀୟ ଦୁର୍ଗା ପୂଜାର ଶେଷ ଦିନ, ମା’ଙ୍କୁ ଦର୍ଶନ କରି ଭାବବିହ୍ବଳ ଶ୍ରଦ୍ଧାଳୁ

ସେପଟେ ପୁରୀ ବାସିନ୍ଦା ମା’ ଗୋଷାଣୀଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପ, ପୀଠ ଯାଇ ପୂଜାର୍ଚ୍ଚନା କରି ମାଆଙ୍କ ଆଶୀର୍ବାଦ କାମନା କରିଥିଲେ । ବାରବାଟୀ ଗୋଷାଣୀ ପୂଜା କମିଟିର ସମ୍ପାଦକ ମଦନ ମୋହନ ଖୁଣ୍ଟିଆ କହିଛନ୍ତି,"ଚଳିତ ବର୍ଷ ବେଶ ଧୁମଧାମରେ ଶାରଦୀୟ ଦୁର୍ଗାପୂଜା ପାଳନ ହୋଇଥିଲା । ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମା’ ଗୋଷାଣୀଙ୍କୁ ଦର୍ଶନ କରିଥିଲେ । ତେବେ ଆଜି ଗୋଷାଣୀ ଯାତ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଅପରାହ୍ନରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଦେବସଭା ହେବ । ପୁରୀ ସହରର ସବୁ ଗୋଷାଣୀ, ନାଗା ମୂର୍ତ୍ତି ଏକତ୍ରିତ ହୋଇ ମହାପ୍ରଭୁଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଭସାନ ପାଇଁ ପ୍ରସ୍ତୁତି ହେବ । ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ଶାନ୍ତି ଶୃଙ୍ଖଳାରେ ସବୁ ସମାପନ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ...Durga Puja Special: ମା' ଦଶଭୂଜାଙ୍କୁ ଝିଅ ରୂପରେ ପୂଜା କରାଯାଏ, କଣ ଏହାର ପରମ୍ପରା

ସେପଟେ ଶ୍ରୀକ୍ଷେତ୍ରରେ ଗୋଷାଣୀ ମେଢ଼ ଏକାଦଶୀରେ ଭସାଣି ହେଉଥିବା ବେଳେ ପରମ୍ପରା ଅନୁଯାଇ ଦେବୀ ବିମଳାଙ୍କ ପ୍ରତିନିଧି ମା’ କାକୁଡି ଖାଇଙ୍କ ମୂର୍ତ୍ତିର ଆଜି ଦଶମୀରେ ଜଳରେ ବିସର୍ଜନ ହେବ । ପରମ୍ପରା ଅନୁଯାୟୀ କାକୁଡି, ପାଣି କଖାରୁ ବଳି ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.