ETV Bharat / state

କୋରୋନା ସଚେତନ ନେଇ ପୁରୀ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା - ପୁରୀ ଖବର

ପୁରୀ ଜିଲ୍ଲାରେ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଏହି ଭୂତାଣୁର କବଳକୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ଏକ ଭିଡିଓ ବାର୍ତ୍ତା ଜାରି କରି ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

Video message from Puri district commissioner about Corona alert
କୋରୋନା ସଚେତନ ନେଇ ପୁରୀ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା
author img

By

Published : Jul 24, 2020, 9:42 PM IST

ପୁରୀ: ଦିନକୁ ଦିନ ପୁରୀ ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭୂତାଣୁର କବଳକୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ଏକ ଭିଡିଓ ବାର୍ତ୍ତା ଜାରି କରି ସଚେତନ କରିଛନ୍ତି ।

ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ଏଯାବତ୍ 496 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 151ଟି ସକ୍ରିୟ ମାମଲା ରହିଛି । ଗୁରୁବାର ଜିଲ୍ଲାରେ 30 ପଜିଟିଭ ରିପୋର୍ଟ ଆସିଥିବା ବେଳେ 151 ଟି ଆକ୍ଟିଭ ମାମଲାରୁ ପୁରୀ ପୌରପାଳିକାର 78ଟି ମାମଲା ରହିଛି ।

କୋରୋନା ସଚେତନ ନେଇ ପୁରୀ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା

ସେହିପରି ଏପର୍ଯ୍ୟନ୍ତ 22 ହଜାର 721ଟି ସାମ୍ପଲ ସଂଗ୍ରହ ହୋଇ ଟେଷ୍ଟ ହୋଇଛି । 2 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । 68.75% ଅରୋଗ୍ୟ ହାର ଏବଂ 2.18% ସାମ୍ପଲ ପଜିଟିଭ ଆସିଛି । ତେବେ ଆଗାମୀ ଦିନରେ ଆହୁରି ପଜିଟିଭଙ୍କ ସଂଖ୍ୟା ବଢିବ।ର ଆଶଙ୍କା ଥିବାରୁ ଅଧିକରୁ ଅଧିକ ମାତ୍ରାରେ ଟେଷ୍ଟିଂ ହେଉଛି । ଏଣୁ ଏଥିରେ ଭୟଭୀତ ନହୋଇ କୋଭିଡ ନିୟମ ପାଳନ କରିବା ସହ ମାସ୍କ ପରିଧାନ, ସାମାଜିକ ଦୂରତ୍ବ, ସ୍ବଚ୍ଛତା ପ୍ରତି ବିଶେଷ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଏଥିସହ କୌଣସି ଭୋଜ ଭାତର ଆୟୋଜନ ନକରିବା, ବାହାଘରରେ କମ ଲୋକ ଉପସ୍ଥିତ ରହିବ ଉଚିତ୍ ହେବ । ଏସବୁ ମାନିଲେ କୋରୋନା ସଂକ୍ରମଣରୁ ରକ୍ଷା ପାଇ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.