ETV Bharat / state

ୟୁଟ୍ୟୁବର କାମିଆ ଜାନି ବିବାଦ; କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ

author img

By ETV Bharat Odisha Team

Published : Dec 26, 2023, 8:48 AM IST

Kamiya Jani Beef Controversy: ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନିନ୍ଦା କଲା ବିଶ୍ବ ହିନ୍ଦୁ ପରିଷଦ । ଏହାକୁ କେବେ ବି ସହ୍ୟ କରାଯିବନି କହିଲା ଭିଏଚ୍‌ପି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ପୁରୀ: ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଘଟଣାରେ ବିବାଦ ଥମିବାର ନାଁ ଧରୁନି । ଏହାକୁ ନେଇ ରାଜନୀତି ଜୋର ଥିବାବେଳେ ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ଉଭୟ ୟୁଟ୍ୟୁବର ଏବଂ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଛି । ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ଆଳରେ ମହାପ୍ରଭୁଙ୍କୁ ଅପମାନ କରାଯାଇଛି । ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଜଗନ୍ନାଥ ସଂସ୍କୃତି ପରମ୍ପରା ଉଲ୍ଲଙ୍ଘନ କରିଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀ ଭାବାବେଗକୁ ଆଘାତ ଦେଇଛନ୍ତି । ଏଥିପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ଭିଏଚ୍‌ପି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ଵ ହିନ୍ଦୁ ପରିଷଦ କହିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବ ପ୍ରସିଦ୍ଧ ଠାକୁର । କାହିଁ ଅନାଦି କାଳରୁ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି । ଯିଏ ସୃଷ୍ଟିକର୍ତ୍ତା ତାଙ୍କର ପ୍ରଚାର ପ୍ରସାର ୟୁଟ୍ୟୁବ୍‌ ମାଧ୍ୟମରେ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । କାମିଆ ଜାନି ମହାପ୍ରସାଦକୁ ଯେଭଳି ଅନ୍ୟ ଖାଦ୍ୟ ଭଳି ସ୍ବାଦିଷ୍ଟ ବୋଲି ପ୍ରଚାର କରୁଛନ୍ତି ତାକୁ ଭିଏଚପି କଡା ନିନ୍ଦା କରୁଛି । କୋଟି କୋଟି ଭକ୍ତ ମହାପ୍ରସାଦ ଦର୍ଶନ ପାଇଁ ଆସୁଥିବା ବେଳେ ଏହାକୁ ଅନ୍ୟ ଖାଦ୍ୟ ସହ ତୁଳନା କରିବା ଅତି ଦୁଃଖଦାୟକ ।

ସନାତନ ଧର୍ମର ପରିପନ୍ଥୀ ଗୋମାଂସ ଭକ୍ଷଣକାରୀକୁ ଶ୍ରୀମନ୍ଦିରରେ 5T ଅଧ୍ୟକ୍ଷ ପ୍ରବେଶ କରେଇ କୋଟି କୋଟି ଭକ୍ତଙ୍କୁ ଆଘାତ ଦେବା ଏବଂ ଜଗନ୍ନାଥ ସଂସ୍କୃତିକୁ ଅପମାନ କରିବା ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ କେବେବି ସହ୍ୟ କରିବ ନାହିଁ । ତେବେ ତୁରନ୍ତ ସରକାର ଏହି ଘଟଣାର ତଦନ୍ତ କରି ଜଗନ୍ନାଥ ସଂସ୍କୃତି ପରମ୍ପରାର ଉଲ୍ଲଙ୍ଘନ କରିଥିବା ଉକ୍ତ ମହିଳା ଏବଂ ତାଙ୍କୁ ଆଣିଥିବା ପାଣ୍ଡିଆନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭିଏଚ୍‌ପି ଦାବି କରିଛି । ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛି ବିଶ୍ବ ହିନ୍ଦୁ ପରିଷଦ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ରାଜନୀତିରେ କାମିଆ ଝଡ଼: ଭାବାବେଗ ସହ ନ ଖେଳିବା ଉଚିତ୍ କହିଲେ ଧର୍ମେନ୍ଦ୍ର

ପ୍ରକାଶ ଥାଉକି, କିଛି ଦିନ ତଳେ ବ୍ଲଗର କାମିଆ ଜାନି ପୁରୀ ଆସିଥିଲେ । 5T ଅଧ୍ୟକ୍ଷ ତାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ କରାଇବା ସହ ଅବଢ଼ା ଖୁଆଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଅପଲୋଡ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । କାମିଆ ଗୋଂମାସ ଭକ୍ଷଣକାରୀ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପ୍ରବେଶ କରିବା ଅପରାଧ ବୋଲି ଅଭିଯୋଗ କରିଥିଲା ବିଜେପି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗିରିରାଜ ସିଂହ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.