ETV Bharat / state

ପୁରୀରେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ - puri news

45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହେଲା କୋଭିଡ ଟୀକାକରଣ । ଗୋଟେପଟେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। ଅନ୍ୟପଟେ ଭୂତାଣୁକୁ ମାତ୍ ଦେବା ପାଇଁ ସରକାର ଟୀକାକରଣ ଅଭିଯାନକୁ ଜୋରଦାର କରିଛନ୍ତି। ଅଧିକ ପଢନ୍ତୁ..

ପୁରୀରେ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ

author img

By

Published : Apr 1, 2021, 3:11 PM IST

ପୁରୀ: 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହେଲା କୋଭିଡ ଟୀକାକରଣ । ଗୋଟେପଟେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। ଅନ୍ୟପଟେ ଭୂତାଣୁକୁ ମାତ୍ ଦେବା ପାଇଁ ସରକାର ଟୀକାକରଣ ଅଭିଯାନକୁ ଜୋରଦାର କରିଛନ୍ତି। ଏନେଇ ପୁରୀ ସହରରେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଛି ।

ପୁରୀରେ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ

ବଳିଆ ପଣ୍ଡା ସ୍ଥିତ ଦୋଳ ବେଦୀ କୋଣ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣର ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ଓ ରୋଟାରି କ୍ଲବର ମିଳିତ ଆନୁକୂଲ୍ୟରେ ଏହି କୋଭିଡ ଟୀକାକରଣ କରାଯାଉଛି। ଏ ନେଇ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଆଜି ଓ ଆସନ୍ତା ୨ ତାରିଖ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇ ଡେ’ ପାଇଁ ଛୁଟି ଥିଲେ ବି ଟୀକାକକରଣ ଅଭିଯାନ ଚାଲୁ ରହିବ।

ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ରାସ୍ତାକଡ ବେପାରୀ, ସେଲୁନ, ଗୁପଚୁପ ଦୋକାନୀ, ଶିକ୍ଷକଙ୍କୁ ଟିକା ଦିଆଯିବ । ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.