ETV Bharat / state

Gopobandhu Jayanti: ଉତ୍ସବ ମୁଖରିତ ସୁଆଣ୍ଡୋ, ବ୍ୟାପକ ଆୟୋଜନକୁ ବଂଶଜଙ୍କ ପ୍ରଶଂସା

author img

By ETV Bharat Odisha Team

Published : Oct 9, 2023, 5:05 PM IST

Updated : Oct 9, 2023, 5:43 PM IST

ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ । ଜନ୍ମମାଟି ସୁଆଣ୍ଡୋ ଗ୍ରାମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଅଧିକ ପଢନ୍ତୁ

Gopobandhu Jayanti
Gopobandhu Jayanti
Gopobandhu Jayanti: ଉତ୍ସବ ମୁଖରିତ ସୁଆଣ୍ଡୋ, ବ୍ୟାପକ ଆୟୋଜନକୁ ବଂଶଜଙ୍କ ପ୍ରଶଂସା

ପୁରୀ: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ । ଏହି ଅବସର ତାଙ୍କର ଜନ୍ମମାଟି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସୁଆଣ୍ଡୋ ଗ୍ରାମ ଉତ୍ସବ ମୁଖରିତ ହୋଇପଡ଼ିଛି । ଏହି ମହାନ ପୁରୁଷଙ୍କ ଜନ୍ମଦିବସକୁ ଗୋପୋବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ବେଶ ଧୁମଧାମରେ ପାଳନ କରାଯାଇଛି । ସୁଆଣ୍ଡୋରେ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଏହାକୁ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ ପ୍ରଶଂସା କରିଛନ୍ତି ।

ଏହି ଉତ୍ସବରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଓଡ଼ିଆଙ୍କ ପ୍ରତି ଥିବା ଅବଦାନ ସମ୍ପର୍କରେ ବ୍ୟକ୍ତବ୍ୟ ରଖିଥିଲେ । ସେହିପରି ଉତ୍କଳମଣିଙ୍କ ଜନ୍ମପୀଠକୁ ରାଜ୍ୟ ସରକାର ଏକ ନୂଆ ରୂପ ଦେଇଥିବା ବେଳେ ଏହା ବେଶ ଆଦୃତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଗୋପବନ୍ଧୁ ଦାସଙ୍କ ଗ୍ରାମର ଉନ୍ନତିକରଣ କରଯାଇଥିବା ବେଳେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେଇଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ୨୫ କୋଟି ଟଙ୍କାରେ ଗୋପବନ୍ଧୁ ଦାସଙ୍କ ସଠୀ ଘର, ଗ୍ରାମର ନୁଆ ରୂପରେ ରୂପାନ୍ତରଣ କରାଯାଇଥିବା ବେଳେ ଗୋପବନ୍ଧୁଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏକ ସୁନ୍ଦର ମ୍ୟୁଜିଅମ ହୋଇଛି ।

ଏହା ବି ପଢନ୍ତୁ- ନୂଆରୂପରେ ଝଲସିଲା ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋ, ଉଜ୍ଜୀବିତ ହେଲା ଅତୀତର ମହାନ ଗାଥା

ଆଗାମୀ ଦିନରେ ପଞ୍ଚସଖା ପୀଠର ମଧ୍ୟ ଉନ୍ନତି କରାଯିବା ସହ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ନିର୍ମାଣ ହେବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ କହିଛନ୍ତି । ତେବେ ଆଜି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସ୍ଵାଗତ କରିଥିଲେ ମଧ୍ୟ ଗୋପବନ୍ଧୁଙ୍କ ସମାଧି ପୀଠର ଉନ୍ନତିକରଣ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରିଥଲେ । ସେପଟେ ଗୋପବନ୍ଧୁ ଗୃହ, ଗ୍ରାମର ବିକାଶ ସହ ମ୍ୟୁଜିଅମ୍ ସ୍ଥାପନ ହୋଇଥିବାରୁ ସରକାରଙ୍କ ପଦକ୍ଷେପ ଉଚ୍ଚ ପ୍ରଶଂସା କରିଛନ୍ତି ଗୋପବନ୍ଧୁ ପ୍ରେମୀ ।

ଏହା ବି ପଢନ୍ତୁ- ଉତ୍କଳମଣିଙ୍କ ଜନ୍ମପୀଠର ନବକଳେବର, ୧୫ଫୁଟର ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ସେପଟେ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ କହିଛନ୍ତି ଯେ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ବେଶ ବ୍ୟାପକ ଭାବେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ରାଜନୈତିକ ଦଳ, ନେତା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗୋପବନ୍ଧୁ ପ୍ରେମୀ ଯୋଗ ଦେଇଥିଲେ । ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ସହ ଭବିଷ୍ୟତରେ ଦେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦିଆଯାଇଥିଲା । ତେବେ ଉତ୍କଳ ମଣିଙ୍କ ଗ୍ରାମ, ଘରର ଉନ୍ନତିକରଣ ପରେ ଅନେକ ଲୋକଙ୍କ ଆଗମନ ବଢ଼ିଛି । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଗୋପବନ୍ଧୁଙ୍କ ନାତି ବେଶ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Oct 9, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.