ETV Bharat / state

ଦେଢ ବର୍ଷର ଶିଶୁକୁ ଅକଥନୀୟ ନିର୍ଯାତନା, ପୋଲିସର ତଦନ୍ତ - police detained mother

ଗୋପ ଥାନା ସୋରଭା ପଞ୍ଚାୟତ ପାଇକସାହିର ଜଣେ ମା'ର ଅମାନୁଷିକତା ମା' ଶଦ୍ଦର ସଂଜ୍ଞାକୁ ବଦଳାଇ ଦେଇଛି । ନୀରିହ 15 ମାସର ଛୋଟ ଶିଶୁକୁ ତାର ମା' ଗୋଡ ହାତ ଭିଡି ଅତ୍ୟନ୍ତ ନିର୍ମମ ଭାବେ ବାଡେଇଥିବାର ଏକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଦେଢ ବର୍ଷର ଶିଶୁକୁ ଅକଥନୀୟ ନିର୍ଯ୍ୟାତନା, ଥାନା ଅଟକ ମା'
ଦେଢ ବର୍ଷର ଶିଶୁକୁ ଅକଥନୀୟ ନିର୍ଯ୍ୟାତନା, ପୋଲିସର ତଦନ୍ତ
author img

By

Published : Aug 16, 2020, 6:18 PM IST

Updated : Aug 16, 2020, 8:29 PM IST

ପୁରୀ: ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା' । ଏହି ଶଦ୍ଦ ଏଭଳି ଏକ ସଂଜ୍ଞା, ଯାହାକୁ ଶବ୍ଦରେ ବଖାଣିହେବନି । ହେଲେ ଗୋପ ଥାନା ସୋରଭା ପଞ୍ଚାୟତ ପାଇକସାହିର ଜଣେ ମା'ର ଅମାନୁଷିକତା ମା' ଶଦ୍ଦର ସଂଜ୍ଞାକୁ ବଦଳାଇ ଦେଇଛି । ନୀରିହ 15 ମାସର ଛୋଟ ଶିଶୁକୁ ତାର ମା' ଗୋଡ ହାତ ଭିଡି ଅତ୍ୟନ୍ତ ନିର୍ମମ ଭାବେ ବାଡେଉଥିବାର ଏକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭିଡିଓ ଭାଇରାଲ ହେବା ପରେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଗୋପ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଏଥିସହ କଣ ପାଇଁ ଏବଂ କାହିଁକି ଶିଶୁକୁ ତାର ମା' ନିର୍ଯାତନା ଦେଇଛି, ସେ ନେଇ ତଦନ୍ତ କରୁଛନ୍ତି ।

ଦେଢ ବର୍ଷର ଶିଶୁକୁ ଅକଥନୀୟ ନିର୍ଯ୍ୟାତନା, ପୋଲିସର ତଦନ୍ତ

ସୂଚନାନୁଯାୟୀ, ଗୋପ ଥାନା ସୋରଭା ପଞ୍ଚାୟତ ପାଇକ ସାହିରେ ଚକ୍ରଧର ନାଏକ ଓ ତାଙ୍କ ପରିବାର ବସବାସ କରନ୍ତି । ତେବେ ଦୀର୍ଘ ଦିନ ହେବ ଚକ୍ରଧର ଓ ତାଙ୍କର ପତ୍ନୀ ରୋଜାଲିନ ନାଏକଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିଲା । ଚକ୍ରଧର ଭୁବନେଶ୍ବରରେ ବ୍ୟବସାୟ କରୁଥିବାବେଳେ ଘରେ କାହିଁକି ଗଣ୍ଡଗୋଳ ହେଉଛି ସେ ଜାଣିବା ପାଇଁ ସିସିଟିଭି ଲଗାଇ ଥିଲେ । ପରେ ସେ ଗତ 11 ତାରିଖ ଫୁଟେଜ ଦେଖିଲେ ଯେ ତାଙ୍କ ପତ୍ନୀ ତାଙ୍କର ଛୋଟ ଶିଶୁଟିକୁ ଅତି ଅମାନୁଷିକ ଭାବେ ମାଡ଼ ମାରୁଛନ୍ତି । ଏ ନେଇ ଜଣାପଡିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇ ଶିଶୁଟିକୁ ଉଦ୍ଧାର କରିଛନ୍ତି ।

ଅନ୍ୟପଟେ ଶିଶୁର ମା' ରୋଜାଲିନଙ୍କ କହିବାନୁସାରେ, ତାଙ୍କ ଶାଶୁ ଓ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଛନ୍ତି । ଏଣୁ ସେ ଅତି ରାଗି ଯାଇ ଏଭଳି କାର୍ଯ୍ୟ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 16, 2020, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.