ETV Bharat / state

ଅନଲକ ଗାଇଡ଼ଲାଇନ ଆସିବା ପରେ ପୁରୀବାସୀ ଆଶ୍ୱସ୍ତ

author img

By

Published : Sep 1, 2021, 9:15 PM IST

ସେପ୍ଟେମ୍ୱରର ଅନଲକ ଗାଇଡ଼ଲାଇନ ଆସିବା ପରେ ପୁରୀରେ ସବୁ କିଛି ସ୍ୱାଭାବିକ ହେବ ବୋଲି ସମସ୍ତଙ୍କର ଆଶା ରହିଛି। ବିଶେଷ କରି ବ୍ୟବସାୟୀ, ହୋଟେଲ ଶିଳ୍ପ, ଟ୍ରାଭେଲ ଏଜେନ୍ସିଙ୍କୁ ଏହି ଅନଲକ ଗାଇଡ଼ଲାଇନ ଆଶ୍ୱସ୍ତ କରିଛି। ଅଧିକ ପଢନ୍ତୁ...

ଅନଲକ ଗାଇଡ଼ ଲାଇନ ଆସିବା ପରେ ପୁରୀବାସୀ ଆଶ୍ୱସ୍ତ

ପୁରୀ: ସେପ୍ଟେମ୍ୱରର ଅନଲକ ଗାଇଡ଼ଲାଇନ ଆସିବା ପରେ ପୁରୀରେ ସବୁକିଛି ସ୍ୱାଭାବିକ ହେବ ବୋଲି ସମସ୍ତଙ୍କର ଆଶା ରହିଛି। ବିଶେଷ କରି ବ୍ୟବସାୟୀ, ହୋଟେଲ ଶିଳ୍ପ, ଟ୍ରାଭେଲ ଏଜେନ୍ସିଙ୍କୁ ଏହି ଅନଲକ ଗାଇଡ଼ଲାଇନ ଆଶ୍ୱସ୍ତ କରିଛି। କଟକଣା କୋହଳ ହେବା ପରେ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ନିଶ୍ଚିତ ବୃଦ୍ଧି ପାଇବ ବୋଲି ହୋଟେଲ ମାଲିକମାନେ କହିଛନ୍ତି । ସେହିପରି ଧିରେ ଧିରେ ବୁକିଂ ସଂଖ୍ୟା ବଢ଼ୁଥିବାବେଳେ ଏହି ନୂଆ ଅନଲକ ଗାଇଡ଼ଲାଇନ ପୁଣି ପୁରୀର ଟୁର ଓ ଟ୍ରାଭେଲ ବ୍ୟବସାୟକୁ ସ୍ୱାଭାବିକ ସ୍ଥିତିକୁ ଆଣିବ ବୋଲି ଆଶା ରଖିଛନ୍ତି ଟ୍ରାଭେଲ ଏଜେନ୍ସି ।

ପୁରୀ ସହରର ଅର୍ଥନୀତି ସମ୍ପୂର୍ଣ୍ଣ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବାବେଳେ ଲକଡ଼ାଉନ ଯୋଗୁଁ ପର୍ଯ୍ୟଟକଙ୍କ ପାଦ ପଡ଼ୁନଥିଲା ଶ୍ରୀକ୍ଷେତ୍ରରେ। ଫଳରେ ଉଠାଦୋକାନୀ ଠାରୁ ଆରମ୍ଭ କରି ସମସ୍ତ ଛୋଟ ବଡ଼ ବ୍ୟବସାୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ତେବେ ଶନି ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାବେଳେ କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖି ବିଶୋଧନ କରିବା ପାଇଁ ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ତେବେ ଧିରେ ଧିରେ ପୁରୀରେ କୋଭିଡ଼ ପ୍ରକୋପ କମୁଥିବାବେଳେ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶନି ଓ ରବିବାର ଶ୍ରୀମନ୍ଦିର ଖୋଲିବାକୁ ଅନୁରୋଧ କରିଛନ୍ତି ସେବାୟତ ଓ ଭକ୍ତ । ପର୍ବପର୍ବାଣୀରେ ଦିନ ଗହଳିକୁ ଦୃଷ୍ଟିରେ ରଖି କଟକଣା ଆବଶ୍ୟକତା ଥିବାବେଳେ କୋଭିଡ଼ କଟକଣାରେ ସାଧାରଣ ଦର୍ଶନ ବ୍ୟବସ୍ଥା ଚାଲୁ ରଖିବା ପାଇଁ ଅନୁରୋଧ କରିଛନ୍ତି ଭକ୍ତ । ସେପଟେ ସପ୍ତାହାନ୍ତ ସଟଡ଼ାଉନ ହଟିଥିଲେ ମଧ୍ୟ ଶନି ଓ ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଅହେତୁକ ଭିଡ଼ ଜମିବା ଆଶଙ୍କା ଥିବାରୁ ଏହି ଦିନ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.