ETV Bharat / state

ପୁରୀ BJP ମଣ୍ଡଳ ସଭାପତି ବୈଠକରେ ଯୋଗଦେଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବି ନିରଞ୍ଜନ - ପୁରୀ ଜିଲ୍ଲା ପିପିଲି ବିଜେପି ନ୍ୟୁଜ

ପୁରୀ ଜିଲ୍ଲା ପିପିଲିରେ ବିଜେପିର ଆୟୋଜିତ କୋର କମିଟି ବୈଠକରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବି ନିରଞ୍ଜନ ଜ୍ୟୋତି(Sadhvi Niranjan Jyoti) ଯୋଗ ଦେଇଛନ୍ତି। ତୃଣମୂଳ ସ୍ତରରୁ ବିଜେପିକୁ ଅଧିକ ମଜଭୁତ କରିବା ନେଇ ଦଳୀୟକର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରମନ୍ତ୍ରୀ। ଅଧିକ ପଢ଼ନ୍ତୁ

union minister Sadhvi Niranjan Jyoti attend puri bjp party workers meeting
ପିପିଲିରେ ବିଜେପି ଦଳୀୟ କର୍ମକର୍ତ୍ତା ବୈଠକ, ଯୋଗଦେଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି
author img

By

Published : Jul 30, 2022, 11:53 AM IST

ପିପିଲି(ପୁରୀ): ପିପିଲିରେ ଭାରତୀୟ ଜନତା ପାର୍ଟି(BJP) ପୁରୀ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତି ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିଜେପିର ପୁରୀ ଲୋକସଭା ମଣ୍ଡଳ ପକ୍ଷରୁ ଆୟୋଜିତ ହୋଇଛି କୋର୍‌ କମିଟି ବୈଠକ । ବୈଠକରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବି ନିରଞ୍ଜନ ଜ୍ୟୋତି(Sadhvi Niranjan Jyoti) ଯୋଗ ଦେଇ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ତୃଣମୂଳ ସ୍ତରରୁ ଦଳକୁ ଅଧିକ ମଜଭୁତ କରିବା ପାଇଁ ଦଳୀୟକର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ।

ପିପିଲିରେ ବିଜେପି ଦଳୀୟ କର୍ମକର୍ତ୍ତା ବୈଠକ

କେନ୍ଦ୍ରୀୟ ଯୋଜନା କିପରି ସାଧାରଣ ଜନତାଙ୍କ ସେବା ଓ ସ୍ବାର୍ଥରେ ଆସି ପାରିବ ସେନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବି ନିରଞ୍ଜନ ଜ୍ୟୋତି ଆଲୋଚନା କରିଛନ୍ତି । ବୈଠକରେ ମଣ୍ଡଳ ସଭାପତି ଓ କର୍ମକର୍ତ୍ତାଙ୍କ ସହ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ ।

ଆଗାମୀ ଦିନରେ ବିଜେପି କିଭଳି ଜନସାଧାରଣଙ୍କ ନିକଟରେ ଅଧିକ ଆଦୃତ ହୋଇପାରିବ ସେ ନେଇ ଆଲୋକପାତ କରିଥିଲେ । ଅନୁଷ୍ଠିତ ବୈଠକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.