ETV Bharat / state

କୋଣାର୍କ ମନ୍ଦିର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ - ପ୍ରହ୍ଲାଦ ସିଂ ପଟେଲଙ୍କ କୋଣାର୍କ ଗସ୍ତ

ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ଏହି ସମୟରେ ମନ୍ଦିରର ସ୍ଥିତିକୁ ଟିକନିକ କରି ଅନୁଧ୍ୟାନ କରିଛନ୍ତି ସେ । ଅଧିକ ପଢନ୍ତୁ...

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jan 24, 2020, 7:40 PM IST

ପୁରୀ: ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଏବଂ ଏଏସ୍ଆଇ ଅଧିକାରୀଙ୍କ ସହ ମିଶି ମନ୍ଦିରର ସ୍ଥିତିକୁ ଟିକନିକ କରି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ଏହା ସହିତ ସେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମନ୍ଦିର ପରିଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରି କହିଛନ୍ତି, 'କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ, ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ର ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ କୋଣାର୍କ ଓ ପୁରୀକୁ ଐତିହ୍ୟ ସ୍ଥାନର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଉଭୟ ସ୍ଥାନର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଉଦ୍ୟମ କରୁଛନ୍ତି ।'

ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନ 11 ଟା ସମୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭରେ ଆୟୋଜିତ ଇକୋ ରିଟ୍ରିଟ ଗ୍ରସ୍ତ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରିବାପରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିଥିଲେ । ଏହା ପରେ ସେ ପୁଣିଥରେ ମେରାଇନ ଡ୍ରାଇଭ ଯାଇ ଇକୋ ରିଟ୍ରିଟ ପରିସରରେ ଆୟୋଜିତ ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ରେ ପର୍ଯ୍ୟଟନ ମନ୍ତ୍ରୀBody:Anchor- ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ। ଆଜି ପୂର୍ବାହ୍ନ 11 ଟା ସମୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ କୁ ଗ୍ରସ୍ତ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣ ରେ ଦିନ 12.30 ରେ ପହଂଚିଥିଲେ । ସେଠାରେ ତାକୁଂ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସମେତ ଏ.ଏସ୍.ଆଇ ର ଅଧିକାରୀ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।କୋଣାର୍କ ମନ୍ଦିର ବୁଲିବା ସହିତ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସମ୍ବନ୍ଧ ରେ ପଚାରି ବୁଝିଥିଲେ l ମନ୍ଦିରର ସ୍ଥିତି କୁ ଟିକନିକ କରି ଅନୁଧ୍ୟାନ କରିଥିଲେ ମନ୍ତ୍ରୀ ।ପରେ ସେ ନିଜର ମତ ଦେଇ ପ୍ରକାଶ କରିଛନ୍ତି ଯେ କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ,ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ କୋଣାର୍କ ଓ ପୁରୀ କୁ ଆଇକୋନିକ ପ୍ଲେସ ର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପୁରୀ - କୋଣାର୍କ ପରି ଐତିହ୍ୟ ସ୍ଥାନ ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।ଏହା ପରେ ଅପରାହ୍ନ 3 ଟା ରେ ମେରାଇନ ଡ୍ରାଇଭ ନିକଟରେ ଚାଲୁଥିବା ଇକୋ ରିଟ୍ରିଟ ପରିସରରେ ବିଭିନ୍ନ ରାଜ୍ୟ ରୁ ଆସିଥିବା ସମସ୍ତ ପର୍ଯ୍ୟଟନ ମନ୍ତୀ ମାନକଂର ଏକ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଯୋଗ ଦେଇ ଛନ୍ତି।

ବାଇଟି-ପ୍ରହଲାଦ ସିଂ ପଟେଲ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.