ETV Bharat / state

ପରିତ୍ୟକ୍ତ କୂଅରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 5, 2022, 9:24 AM IST

ପୁରୀ ନିମାପଡ଼ାରେ ଏକ ପରିତ୍ୟକ୍ତ କୂଅ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ନିମାପଡ଼ା ତାରେଣୀ ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛପଟରୁ ଏକ ପରିତ୍ୟକ୍ତ କୂଅ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମହିଳାଙ୍କୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମୃତ ମହିଳାଙ୍କର ପରିଚୟ ମିଳିପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ପଡୋଶୀ

ପୁରୀ ଜିଲ୍ଲା ନିମାପଡା-ପିପିଲି ରାସ୍ତାର ଗରପଦା ନିକଟ ତାରେଣୀ ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛପଟରୁ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୁଖ୍ୟ ରାସ୍ତା ଠାରୁ ୨୦୦ ମିଟର ଦୂରରେ ଥିବା ପରିତ୍ୟକ୍ତ କୂଅ ଭିତରୁ ମୃତଦେହ ଜବତ କରିଛି ପୋଲିସ । ସୂଚନା ଅନୁସାରେ ରବିବାର କିଛି ଲୋକ କୂଅ ଦେଇ ଯାଉଥିବା ବେଳେ ପ୍ରବଳ ଦୁର୍ଗନ୍ଧ ହୋଇଥଲା । ସନ୍ଦେହ କରି ଖୋଜାଖୋଜି କରିବା ପରେ ଉକ୍ତ ସ୍ଥାନରେ ଜଣେ ମହିଳାଙ୍କର ଉଲଗ୍ନ ଅବସ୍ଥାରେ ମୃତଦେହ ପଡିଥିବା ଦେଖିଥିଲେ ଲୋକେ ।

ଏନେଇ ପୋଲିସ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ପୋଲିସ । ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ମୃତଦେହ ଉକ୍ତ ସ୍ଥାନରେ ପଡ଼ିଥିବା ଅନୁମାନ କରାଯାଉଛି । ତେବେ ମୃତଦେହ ଯେଉଁଭଳି ଭାବରେ ପଡ଼ିଛି ଏବଂ ଉକ୍ତ ସ୍ଥାନର ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ତାଙ୍କୁ କିଏ ହତ୍ୟା କରି ଏଠାରେ ଫିଙ୍ଗିଥିବା ଆଶଙ୍କା କରାଯାଉଛି । ମୃତ ମହିଳାଙ୍କର ପରିଚୟ ମିଳିପାରିନଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.