ETV Bharat / state

ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ - ପୁରୀ ପୋପରଙ୍ଗା ପଞ୍ଚାୟତ ଶିଶୁ ମୃତ୍ୟୁ ଖବର

ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତରେ । ଅଧିକ ପଢ଼ନ୍ତୁ

ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ୍ୟୁ
ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ୍ୟୁ
author img

By

Published : Nov 4, 2022, 11:38 AM IST

ପୁରୀ: ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତରେ । ମୃତ ଶିଶୁ ଜଣକ ହେଲେ କ୍ରିଷ୍ଣା କାଣ୍ଡି(୨) । ସୂଚନାନୁସାରେ ପୋପରଙ୍ଗା ପଞ୍ଚାୟତରେ ରହୁଥିବା ଗଣେଶ କାଣ୍ଡିଙ୍କ ପୁଅ କ୍ରିଷ୍ଣା କାଣ୍ଡି(୨) ଆଜି ସକାଳ ୯ଟାରେ ଘରୁ ନିଖୋଜ ହୋଇଯାଇଥିଲା । ଏନେଇ ଘରେ କ୍ରିଷ୍ଣାଙ୍କୁ ଖୋଜା ପଡ଼ିଥିଲା । ବହୁ ସମୟ ଧରି ଖୋଜିବା ପରେ ମଧ୍ୟ କ୍ରିଷ୍ଣା ମିଳିନଥିଲା ।

ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ୍ୟୁ

ତେବେ ଦିନ ୧୧ଟାରେ ଘର ପାଖ ପୋଖରୀରେ କ୍ରିଷ୍ଣା ଭାସୁଥିବା ପରିବାର ଲୋକେ ଦେଖିଥିଲେ । ଏନେଇ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଖରୀ ଭିତରୁ ଶିଶୁଟିକୁ ଉଦ୍ଧାର କରିଥିଲେ । ପରେ ତୁରନ୍ତ ପିପିଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏନେଇ ସରପଞ୍ଚ ଜଣକ କହିଛନ୍ତି, ''୨ ବର୍ଷର ଶିଶୁଟି ଆଜି ନିଖୋଜ ଥିବା ଖବର ମିଳିବା ପରେ ଆମେ ସେଠାରେ ପହଞ୍ଚିଥିଲୁ । ଦିନ ୧୧ଟାରେ ଗାଁ ପୋଖରୀରେ ଛୁଆଟାସ ଭାସୁଥିବା ଦେଖିଥିଲୁ । ପରେ ଶିଶୁଟିୁ ଉଦ୍ଧାର କରାଯାଇଥିଲା । ଏନେଇ ସରକାରଙ୍କୁ ଅନୁରୋଧ ଯେ ଗଣେଶଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଉ ।''

ସେପଟେ ୨ ବର୍ଷର କୁନି ପୁଅକୁ ହରାଇ ବାପ କୋହ ସମ୍ଭାଳି ପାରୁନି । ପୁଅକୁ କୋଳରେ ଧରି ଲୁହ ଗଡ଼ାଉଛି ବାପା । ଆଉ ଭଗବାନକୁ ଦୋଷ ଦେଉଛି । କାହିଁକି ଏତେ ବଡ଼ ଦଣ୍ଡ ଦେଲୁ । ମୋ ପୁଅକୁ ଫେରାଇ ଦିଅ ଭଗବାନ । ସେପଟେ ମା ମଧ୍ୟ ପୁଅର ମୃତ୍ୟୁକୁ ନେଇ ମୁକ ପାଲଟିଯାଇଛି । ଆଖିରୁ ବୋହି ଚାଲିଛି ଧାର ଧାର ଲୁହ । କେମିତି ବା ସହିବ ମାଆ । ଯେଉଁ ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲା ଆଜି ସେ ପୁଅ ଯେ ଏ ଦୁନିଆରେ ଆଉ ନାହିଁ ତାକୁ ଗ୍ରହଣ କରିପାରୁନି ମାଆ ।

ସାମାନ୍ୟ ଅବହେଳା ପାଇଁ ପୁଅକୁ ହରାଇ ବସିଲେ ବାପା-ମାଆ । ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ପରିବାର ଲୋକେ । କଣ କରିବେ କଣ ନାହିଁ କିଛି ବୁଝି ପାରୁନାହାଁନ୍ତି । ପୁଅର ମୃତ୍ୟୁପରେ ମାଆ କୋଳ ଖାଲି ହେଇଯାଇଛି । ଘରେ ପୁଅ କ୍ରିଷ୍ଣା ଜନ୍ମ ହେବାପରେ ଖୁସିର ଲହରି ଖେଳିଯାଇଛି । ହେଲେ ଏତେ ଶୀଘ୍ର ପୁଅ ଛାଡ଼ି ସମସ୍ତଙ୍କୁ ଚାଲିଯିବ ତାହା କେହି କେବେ ଭାବି ନଥିଲେ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.