ETV Bharat / state

Panchayat Polls: ନିର୍ବାଚନ ଦାୟିତ୍ବରେ ଅବହେଳା, ୨ ନିଲମ୍ବିତ - ପଞ୍ଚାୟତ ନିର୍ବାଚନରେ ଅବହେଳା

ନିର୍ବାଚନ ଦାୟିତ୍ବରେ ଅବହେଳା ପାଇଁ ଦୁଇ ଜଣଙ୍କୁ ନିଲମ୍ବିତ କଲେ ପୁରୀ ଜିଲ୍ଲାପାଳ । ଅଧିକ ପଢନ୍ତୁ

ନିର୍ବାଚନ ଦାୟିତ୍ବରେ ଅବହେଳା, ୨ ନିଲମ୍ବିତ
ନିର୍ବାଚନ ଦାୟିତ୍ବରେ ଅବହେଳା, ୨ ନିଲମ୍ବିତ
author img

By

Published : Feb 18, 2022, 10:46 AM IST

ପୁରୀ: ନିର୍ବାଚନ ଦାୟିତ୍ବରେ ଅବହେଳା ପାଇଁ ପୁରୀ ଜିଲ୍ଲାରେ ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ କଣାସ ବ୍ଲକର କଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ଯାଳୟର ସହ ଶିକ୍ଷକ ଶେଖ୍ ନ୍ୟାମତୁଲ୍ଲା ଏବଂ ଗୋପ ତହସିଲର ଆର୍.ଆଇ ଜଗନ୍ନାଥ ବିଶ୍ବାଳ । ନିଲମ୍ବନ ସମୟରେ ନ୍ୟାମତୁଲ୍ଲାଙ୍କ କଣାସ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜଗନ୍ନାଥ ବିଶ୍ବାଳଙ୍କୁ ଗୋପ ତହସିଲ ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ । ନିମାପଡା ବିଡିଓଙ୍କ ସୁପାରିଶକୁ ଭିତ୍ତିକରି ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ନିଲମ୍ବନ କରାଯାଇଛି ।

ନିର୍ବାଚନ ଦାୟିତ୍ବରେ ଅବହେଳା ନିମନ୍ତେ ଦୁଇ ଜଣଙ୍କୁ ନିଲମ୍ବନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୧୪ ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି । ଅନୁରୋଧ ପରେ ମଧ୍ୟ ସଂପୃକ୍ତ ମାଲିକମାନେ ଗାଡି ମୁତୟନ ନ କରିବାରୁ ପୁରୀ ଜିଲ୍ଲାପାଳ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୬୭ ଏବଂ ଓଡିଶା ଓମିନ ବସ୍ ଆଇନ ୧୯୮୪ର ଧାରା ୯ ଅନୁଯାୟୀ ପରୱାନା ଜାରି କରିଛନ୍ତି । ଏହି ଗିରଫ ପରୱାନା କାର୍ଯ୍ୟକାରୀ କରିବାକୁ ପୁରୀ ଓ ଖୋର୍ଦ୍ଧାର ଆରକ୍ଷୀ ଅଧିକ୍ଷକ ଏବଂ ଭୁବନେଶ୍ବର ଡିସିପିଙ୍କୁ ଅବଗତ କରାଯାଇଛି ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.