ETV Bharat / state

ବ୍ରହ୍ମଗିରିରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ବ୍ରହ୍ମଗିରିରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ଏଥିରେ ଦୁଇ ଯୁବକ ଗୁରୁତର । ଅଧିକ ପଢନ୍ତୁ

author img

By

Published : Nov 29, 2022, 10:23 AM IST

Updated : Nov 29, 2022, 12:56 PM IST

ବ୍ରହ୍ମଗିରିରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର
ବ୍ରହ୍ମଗିରିରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ବ୍ରହ୍ମଗିରି/ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଚାରିବାଟିଆ ଗ୍ରାମରେ ବଡ ଅଘଟଣ ଘଟିଛି । ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନେ ହେଲେ ଗ୍ରାମର ସଞ୍ଜୟ ବେହେରା ଓ ଭାସ୍କର ବେହେରା । ଦୁଇ ଜଣଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି(ସୋମବାର) ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ରାତିରେ ସଞ୍ଜୟ ଓ ଭାସ୍କର ଘରେ ରୋଷେଇ କରୁଥିବା ସମୟରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଯାଇଥିଲା । ପାଖରେ ଏକ ଚୁଲି ଜଳୁ ଥିବାରୁ ଗ୍ୟାସ୍ ଚୁଲି ନିଆଁ ସଂସ୍ପର୍ଶରେ ଆସିବା ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଗ୍ୟାସ୍ ସିଲିଣ୍ଡରଟି ଫାଟି ନ ଥିବା କାରଣରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି ।

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Nov 29, 2022, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.