ETV Bharat / state

ଗାଧୋଇବାବେଳେ ପାଣିରେ ବୁଡି ଗଲେ 2 ନାବାଳିକା

author img

By

Published : Oct 7, 2020, 7:23 PM IST

ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗଣ୍ଡପଡା ଗ୍ରାମରେ ଅଭାବନୀୟ ଘଟଣା । 2 ଜଣ ନାବାଳିକା ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ପାଣିରେ ବୁଡି 2 ବାଳିକା ମୃତ
ପାଣିରେ ବୁଡି 2 ବାଳିକା ମୃତ

ପୁରୀ: ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗଣ୍ଡପଡା ଗ୍ରାମରେ ଅଭାବନୀୟ ଘଟଣା । 2 ଜଣ ନାବାଳିକା ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପୋଖରୀରେ 2 ଜଣ ପିଲା ଭାସୁଥିବାର ଦେଖି ଗ୍ରାମର କେତେକ ବ୍ୟକ୍ତି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେଠାରୁ ଡ଼େଲାଙ୍ଗ ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ପାଣିରେ ବୁଡି 2 ବାଳିକା ମୃତ

ସୂଚନା ଅନୁସାରେ ବିରଞ୍ଚି ବେହେରାଙ୍କ 10 ବର୍ଷର ଝିଅ ଲିଜା ବେହେରା ଓ ବିଜୟ ବେହେରାଙ୍କ 8 ବର୍ଷର ଝିଅ ଦୀପ୍ତି ବେହେରା ଘର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପାଣିରେ ଗୋଡ ଖସିଯିବାରୁ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.