ETV Bharat / state

ବାଲୁକା ଚିତ୍ରକଳାରେ ବ୍ୟଙ୍ଗ ଚିତ୍ରକର କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି - ବାଲୁକା ଚିତ୍ରକଳାରେ ବ୍ୟଙ୍ଗ ଚିତ୍ରକର କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କର ଅକାଳ ବିୟୋଗରେ ବାଲୁକାକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ମାତ୍ର ୫୮ ବର୍ଷରେ ହୃଦଘାତରେ ବିଶିଷ୍ଟ ବ୍ୟଙ୍ଗ ଚିତ୍ର ଶିଳ୍ପୀ କିଶୋର ରଥଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

ବାଲୁକା ଚିତ୍ରକଳାରେ ବ୍ୟଙ୍ଗ ଚିତ୍ରକର କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Nov 9, 2021, 10:11 AM IST

ପୁରୀ: ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କର ଅକାଳ ବିୟୋଗରେ ବାଲୁକାକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ମାତ୍ର ୫୮ ବର୍ଷରେ ହୃଦଘାତରେ ବିଶିଷ୍ଟ ବ୍ୟଙ୍ଗ ଚିତ୍ର ଶିଳ୍ପୀ କିଶୋର ରଥଙ୍କ ଦେହାନ୍ତ ହୋଇଛି । ଫଳରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ବାଲୁକା ଚିତ୍ରକଳାରେ ବ୍ୟଙ୍ଗ ଚିତ୍ରକର କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି

ତେବେ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା କରି କିଶୋରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଲୁକା ଚିତ୍ରକଳାଟି ବେଶ ହୃଦୟସ୍ପର୍ଶୀ ହୋଇଛି। ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ।

ନିଆରା କାର୍ଟୁନ ସଂରଚନା ଥିଲା ତାଙ୍କର ସ୍ବକୀୟତା ଓ ସୃଜନଶୀଳତାର ପରିଚୟ । ବ୍ୟଙ୍ଗ ଚିତ୍ରରେ ତାଙ୍କର ନିଆରା ଶୈଳୀ ଜନମାନସରେ ବେଶ ଆଦୃତ ହାସଲ କରିଥିଲା। ତେବେ ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.