ପୁରୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତିକୁ ନେଇ ବୁଧବାର ସାରା ଦେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ପୁରୀରେ ମଧ୍ୟ ବାମ ଦଳ ସମର୍ଥିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ବିକ୍ଷୋଭ କରିଥିଲେ। ମୋଦି ସରକାରଙ୍କ ବିଭିନ୍ନ ଭୁଲ ନିଷ୍ପତ୍ତି ଯୋଗୁ ଦେଶରେ ବେକାରୀ ସମସ୍ୟା ବଢିବା ସହ ଦେଶର ବିଭିନ୍ନ ସମ୍ପତି ପୁଞ୍ଜୀପତିଙ୍କୁ ବିକ୍ରି କରି ଦିଆଯାଉଛି ବୋଲି ସଂଗଠନ ଅଭିଯୋଗ କରିଛି ।
ଏପଟେ କୋଭିଡ ମହାମାରୀ ଯୋଗୁ ଅନେକ ଲୋକ ଜିବନ ଜୀବିକା ହରାଇ ସର୍ବସ୍ବାନ୍ତ ହୋଇ ସାରିଲେଣି । ତେବେ ତୁରନ୍ତ କେନ୍ଦ୍ର ସରକାର ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ 6 ଶହ ଟଙ୍କାକୁ ବୃଦ୍ଧି, ପ୍ରତ୍ୟେକ ପରିବାରକୁ 7500 ଟଙ୍କା କୋଭିଡ ସହାୟତା ରାଶି ପ୍ରଦାନ, ବେକାର ଯୁବକଙ୍କୁ ନିଯୁକ୍ତି, ଦରଦାମ ନିୟନ୍ତ୍ରଣ ଆଦି ପ୍ରମୁଖ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପ୍ରତିବାଦ ରାଲି ଓ ବିକ୍ଷୋଭ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ