ETV Bharat / state

କୋଣାର୍କ ବୁଲିବାକୁ ଆସି ପର୍ଯ୍ୟଟକ ହଟହଟା - ପର୍ଯ୍ୟଟକ ହଟହଟା

କୋଣାର୍କ ମନ୍ଦିରରେ ଟିକେଟ୍‌କୁ ନେଇ ପର୍ଯ୍ୟଟକ ହଟହଟା । ଲମ୍ବା ଲାଇନ ଠିଆ ହେବା ପରେ ବି ମିଳିଲାନି ଟିକେଟ୍ । ଯାହାକୁ ନେଇ ସୂର୍ଯ୍ୟମନ୍ଦିର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଡିଜାଇନ ଫଟୋ
author img

By

Published : Aug 11, 2019, 8:18 PM IST

ପୁରୀ: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଟିକେଟ୍‌କୁ ନେଇ ପର୍ଯ୍ୟଟକ ହଟହଟା । ଦୀର୍ଘ ସମୟ ଧରି ଲାଇନରେ ଠିଆ ହେବା ପରେ ବି ମିଳିଲା ନାହିଁ ଟିକେଟ୍‌ । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିଛି ସମୟ ପାଇଁ ସୂର୍ଯ୍ୟ ମନ୍ଦିର ପରିସରରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ସବୁଦିନ ଠାରୁ ଆଜି କୋଣାର୍କ ମନ୍ଦିର ଲାଗିଥିଲା ପର୍ଯ୍ୟଟକଙ୍କ ଗହଳି । ଟିକେଟ୍ ପାଇଁ ଲମ୍ବା ଲାଇନରେ ଛିଡା ହୋଇଥିଲେ ପର୍ଯ୍ୟଟକ । ହେଲେ ହଠାତ୍ ଟିକେଟ୍ ସରିଯିବାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସୂଚନା ଅନୁସାରେ, କୋଣାର୍କ ସୂର୍ଯ୍ୟମନ୍ଦିର ପାଇଁ ଦୈନିକ ପ୍ରବେଶ ଟିକେଟ 5 ହଜାର ରହିଛି । କିନ୍ତୁ ଆଜି ରବିବାର ହୋଇଥିବାରୁ ଶିଘ୍ର ଟିକେଟ୍ ସରିଯାଇଥିଲା । ଏପଟେ କିନ୍ତୁ ପର୍ଯ୍ୟଟନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ପର୍ଯ୍ୟଟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଟିକଟ ଅଭାବ । ପର୍ଯ୍ୟଟକ ହଟହଟାBody:କୋଣାର୍କ ସୂର୍ଯ୍ୟମନ୍ଦିରରେ ଟିକେଟ ଅଭାବକୁ ନେଇ ହଟହଟା ହେଲେ ପର୍ଯ୍ୟଟକ । ଆଜି ପର୍ଯ୍ୟଟକମାନେ କୋଣାର୍କ ମନ୍ଦିରରେ ପ୍ରବେଶ ଟିକେଟ ପାଇଁ କାଉଣ୍ଟର ଆଗରେ ଠିଆ ହୋଇଥିବା ବେଳେ ସରିଯାଇଥିଲା ଆଜିର ଟିକେଟ । ଏ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କାଉୂଣ୍ଟର ନିକଟରେ ହୋହଲ୍ଲା କରିଥିଲେ । ତେବେ ସୁଚନା
ଅନୁସାରେ କୋଣାର୍କ ସୂର୍ଯ୍ୟମନ୍ଦିର ପାଇଁ ଦୈନିକ ପ୍ରବେଶ ଟିକେଟ 5 ହଜାର ରହିଛି । ତେଣୁ ଆଜି ରବିବାରରେ ପର୍ଯ୍ୟଟକଙ୍କ ଭିଡ ଯୋଗୁଁ ସମସ୍ତ ଟିକେଟ ସରିଯାଇଥିଲା । ତେଣୁ ପର୍ଯ୍ୟଟକମାନେ ଲମ୍ବା ଲାଇନରେ ଖରାରେ ଦୀର୍ଘ ସମୟ ଠିଆ ହୋଇ ଫେରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଉ ପର୍ଯ୍ୟଟନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ।
କିଭଳି ଭାବେ ସିମୀତ ଟିକେଟ କରାଯାଉଛି । ଯାହାକି ଏକ ପର୍ଯ୍ୟଟନସ୍ଥଳୀ ପାଇଁ ହାସ୍ୟାସ୍ପଦ ବୋଲି କହିଛନ୍ତି ପର୍ଯ୍ୟଟକ । ସେପଟେ ଏଏସଆଈ ପକ୍ଷରୁ ଟିକେଟ କାଉଣ୍ଟରକୁ ଆବଶ୍ୟକୀୟ ପରିମାଣର ଦିଆଯାଇଥିବା ବେଳେ ଟିକେଟ କଳାବଜାରୀ ହେଉଛି ବୋଲି ଅଭିଯୋଗ ହେବା ସହ ଘଟଣା ର ତଦନ୍ତ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.