ETV Bharat / state

ତିନି ରଥର ପ୍ରଥମ ଭୂଇଁ, ଛଅ କାଠ କାର୍ଯ୍ୟ ଶେଷ

author img

By

Published : Jun 21, 2021, 9:05 PM IST

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥର ପ୍ରଥମ ଭୂଇଁ ବା ଛଅ କାଠ ପଡିଛି । ଅଧିକ ପଢନ୍ତୁ...

ତିନି ରଥର ପ୍ରଥମ ଭୂଇଁ, ଛଅ କାଠ କାର୍ଯ୍ୟ ଶେଷ
ତିନି ରଥର ପ୍ରଥମ ଭୂଇଁ, ଛଅ କାଠ କାର୍ଯ୍ୟ ଶେଷ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥର ପ୍ରଥମ ଭୂଇଁ ବା ଛଅ କାଠ ପଡିଛି । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ନିଷ୍ଠାର ସହ ଭୋଇସେବକ ମାନେ ଅକ୍ଲାନ୍ତ ପରିଶ୍ରମ କରି ରଥର ପ୍ରଥମ ଭୂଇଁ ଉଠାଇଛନ୍ତି । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ବେଶ ଆଗୁଆ ଚାଲିଛି ।

ତିନି ରଥର ପ୍ରଥମ ଭୂଇଁ, ଛଅ କାଠ କାର୍ଯ୍ୟ ଶେଷ

ସ୍ନାନପୂର୍ଣ୍ଣିମାର ୯ ଦିନ ପୂର୍ବରୁ ତିନି ରଥର ଚାରି ନାହାକା ଉଠିଥିବାବେଳେ ନମ୍ବରିଂ ପରେ ପ୍ରଥମ ଭୂଇଁ ଖଞ୍ଜା ହୋଇ ଆଜି(ସୋମବାର) ପୂର୍ବାହ୍ନରେ ଭୋଇସେବକଙ୍କ ଦ୍ଵାରା ଉଠାଯାଇଛି । ଏଥିସହ ଚଉଦ ନାହାକା ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଗୋଟିଏ ରଥ ପାଇଁ 14 ଟି ନାହାକା ଦରକାର ଥିବାବେଳେ ୧୦ଟି ପନିକି ପଟା ଓ ୪ଟି ଚଢେଇ ଦରକାର ପଡିଥାଏ । ସେହିପରି 3ଟି ରଥ ପାଇଁ ୪୨ଟି ନାହାକା ନିର୍ମାଣ ଶେଷ ହୋଇଛି । ୨୦ଫୁଟ ବିଶିଷ୍ଟ ୧୦ଟି ପନିକି ପଟା ଅଷ୍ଟକୋଣି ହୋଇଥିବା ବେଳେ ଆଉ ୪ଟି ଚଢେଇ ସାମାନ୍ୟ ଧନୁ ପରି ବଙ୍କା ହୋଇଥାଏ । ଏହା ରଥର ଗଠନ ଶୈଳୀକୁ ଆହୁରି ସୁନ୍ଦର କରିଥାଏ । ଦ୍ଵିତୀୟ ଭୂଇଁ ଫ୍ରେମ ଖଞ୍ଜିବା ପାଇଁ ୧୬ ଫୁଟର ଚାରୋଟି ଭୂଇଁ ଚଉତାକୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସହ ସଂଯୋଗ କରାଯାଇଛି । ପରେ ଏହାର ଉଭୟ ପାର୍ଶ୍ଵରେ ୧୨ ଫୁଟିଆ ଦୁଇଟି ଓରା ପକାଯାଇ ଏହାର ଉଭୟ ପଟରେ ୪ଟି ଲେଖାଏଁ ଖମ୍ବ ସଂଯୋଗ କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.