ETV Bharat / state

ନିମାପଡ଼ା କ୍ଵାରେଣ୍ଟାଇନ ସେଣ୍ଟରରେ ଅବହେଳା, ଭିଡିଓ ଭାଇରାଲ - The video went viral due to negligence

କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ଦିନକୁ ଦିନ ହଙ୍ଗାମା ବଢ଼ିବାରେ ଲାଗିଛି । ଅଧିକାଂଶ ଅଭିଯୋଗ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ବିଷୟରେ ଆସୁଛି । ଏପରି ପୁଣି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡ଼ାରୁ ।

The video went viral due to negligence at the Nimapada Quarantine Center
ନିମାପଡ଼ା କ୍ଵରେନଟାଇନ ସେଣ୍ଟରରେ ଅବହେଳାକୁ ନେଇ ଭିଡିଓ ଭାଇରାଲ
author img

By

Published : May 9, 2020, 5:44 PM IST

ପୁରୀ: ରାଜ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ ଆୟୋଜିତ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ଦିନକୁ ଦିନ ହଙ୍ଗାମା ବଢ଼ିବାରେ ଲାଗିଛି । ଅଧିକାଂଶ ଅଭିଯୋଗ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ବିଷୟରେ ଆସୁଛି । ଏପରି ପୁଣି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡ଼ାରୁ । ସେଠାରେ ଥିବା ସୁରତ ଫେରନ୍ତାମାନେ ଏକ ଭିଡିଓ କରି ଖାଦ୍ୟପେୟ ବିଷୟରେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଅଧାପେଟ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିବା ସହିତ ଏଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ।

ନିମାପଡ଼ା କ୍ଵାରେଣ୍ଟାଇନ ସେଣ୍ଟରରେ ଅବହେଳାକୁ ନେଇ ଭିଡିଓ ଭାଇରାଲ

ସେହିପରି ପାଣି ଫିଲଟର୍ ବି କାମ କରୁ ନ ଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଗଞ୍ଜାମର ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଏମିତି ଏକ ଅଭିଯୋଗ ଭିଡିଓ ଆସିଥିଲା । ପ୍ରବାସୀ ଓଡ଼ିଆମାନେ ଖାଦ୍ୟ ଯୋଗାଣ ଓ ପରିବେଷଣ ପ୍ରକ୍ରିୟାରେ ଥିବା ତ୍ରୁଟି ଯୋଗୁଁ କ୍ଷୁବ୍ଧ ହୋଇ ଖାଦ୍ୟ ଥାଳି ଫିଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଅତିଥି ମନେ କରି ସେମାନଙ୍କ ଉଚିତ ଯତ୍ନ ନେବାକୁ ରାଜ୍ୟ ସରକାର ପଞ୍ଚାୟତମାନଙ୍କୁ କହିଥିବା ବେଳେ ବିଶୃଙ୍ଖଳ ଆଚରଣ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସାବଧାନ ବି କରାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.