ETV Bharat / state

ତୀର୍ଥ ପୁଷ୍କରିଣୀ ଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ - process of purifying the tirtha pool

ପୁରୀ ଜିଲ୍ଲାରେ ଥିବା ନରେନ୍ଦ୍ର ପୁଷ୍କରିଣୀ ସମେତ ପଞ୍ଚ ତୀର୍ଥ ପୁଷ୍କରିଣୀର ରକ୍ଷଣାବେକ୍ଷଣ ଅଭାବରୁ ଜଳ ପ୍ରଦୂଷିତ ହେବା ସହ ଗାଧୋଇବା ଅନୁପଯୋଗୀ ହୋଇଯାଇଛି । ଭୁବନେଶ୍ୱରର କେନ୍ଦ୍ରୀୟ ଜଳ କୃଷି ଅନୁସନ୍ଧାନ ସଂସ୍ଥାନ ତଥା ସିଫା ପରାମର୍ଶ ଅନୁଯାୟୀ ସମସ୍ତ ତୀର୍ଥ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତୀର୍ଥ ପୁଷ୍କରିଣୀ ଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ

author img

By

Published : Sep 27, 2020, 8:12 PM IST

ପୁରୀ: ଜିଲ୍ଲାରେ ଥିବା ନରେନ୍ଦ୍ର ପୁଷ୍କରିଣୀ ସମେତ ପଞ୍ଚ ତୀର୍ଥ ପୁଷ୍କରିଣୀର ରକ୍ଷଣାବେକ୍ଷଣ ଅଭାବରୁ ଜଳ ପ୍ରଦୂଷିତ ହେବା ସହ ଗାଧୋଇବା ଅନୁପଯୋଗୀ ହୋଇଯାଇଛି । ଜଳ ଏତେ ପ୍ରଦୂଷିତ ହୋଇଥିଲା ଯେ ମାଛ ମଧ୍ୟ ମରି ଭାସୁଥିଲେ । ତେବେ ଭୁବନେଶ୍ୱରର କେନ୍ଦ୍ରୀୟ ଜଳ କୃଷି ଅନୁସନ୍ଧାନ ସଂସ୍ଥାନ ତଥା ସିଫା ପରାମର୍ଶ ଅନୁଯାୟୀ ସମସ୍ତ ତୀର୍ଥ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତୀର୍ଥ ପୁଷ୍କରିଣୀ ଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଜଳରେ ବ୍ଲିଚିଂ ପାଉଡର ସମେତ ପୋଟାସିୟମ ପାରା ମାଙ୍ଗାନିଜ ସିଞ୍ଚନ କରାଯାଉଛି । ସେହିପରି ପୋଖରୀ ଜଳରେ କିଭଳି ନଳା ପାଣି ନ ମିଶିବ ସେ ନେଇ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି । ତେବେ କିଭଳି ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ ଜଳ ପ୍ରଦୂଷଣ ହେବ ନାହିଁ, କିଭଳି ରକ୍ଷଣାବେକ୍ଷଣ ହୋଇ ପାରିବ ସେ ନେଇ ଭୁବନେଶ୍ୱର ସିଫା କାର୍ଯ୍ୟାଳୟରୁ ମାର୍ଗ ଦର୍ଶିକା ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି ।

ଗତ କିଛି ଦିନ ମୂଷା ନଦୀର ବନ୍ୟାଜଳ ନରେନ୍ଦ୍ର ପୁଷ୍କରିଣୀରେ ମିଶିଯିବାରୁ ପୁଷ୍କରିଣୀ ଜଳ ପ୍ରଦୂଷିତ ହୋଇ ମାଛ ମରି ଯାଇଥିଲେ । ଜଳରେ ଅମ୍ଳଜାନ କମ ହୋଇଯିବା ଏବଂ ଆମୋନିଆ ବଢି ଯିବା ହେତୁ ମାଛ ମଡ଼କ ହୋଇଥିଲା । ପରେ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଭୁବନେଶ୍ୱରର ସିଫା କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ଟିମ ଆସି ଜଳର ନମୁନା ପରୀକ୍ଷା ପାଇଁ ନେଇଥିଲେ । ସେହିପରି ପଞ୍ଚ ତୀର୍ଥ ପୁଷ୍କରିଣୀର ଜଳ ମଧ୍ୟ ଟେଷ୍ଟିଂ ପାଇଁ ନେଇଥିଲେ । ତେବେ ଟିମ ପ୍ରାଥମିକ ଭାବେ ଜଳ ପ୍ରଦୂଷିତ ହେତୁ ଲୋକଙ୍କୁ ଗାଧୋଇବାକୁ ବାରଣ କରିଥିଲା । ଏଥି ସହିତ ପୋଖରୀର ନିୟମିତ ରକ୍ଷଣା ବେକ୍ଷଣ ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.